ଦୁଇଟି ଦୁର୍ଘଟଣା ନେଲା ୫ ଜୀବନ: ମାମୁ ସହ ୨ ଭାଣିଜୀ ମୃତ

Advertisment

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ବଜାଜ୍‌ ସୋ’ରୁମ୍‌ ସମ୍ମୁଖରେ ଅପରାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମାମୁ ଓ ଦୁଇ ଭାଣିଜୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ବଜାଜ୍‌ ସୋ’ରୁମ୍‌ ସମ୍ମୁଖରେ ଅପରାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମାମୁ ଓ ଦୁଇ ଭାଣିଜୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି।

Accident

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ବଜାଜ୍‌ ସୋ’ରୁମ୍‌ ସମ୍ମୁଖରେ ଅପରାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମାମୁ ଓ ଦୁଇ ଭାଣିଜୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକମାନେ ହେଲେ ମାମୁ ଦିଗପହଣ୍ଡି ବ୍ଳକ୍‌ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗ୍ରାମର ଜି.ତ୍ରିନାଥ ରେଡ୍ଡୀ (୩୯), ଦୁଇ ଭାଣିଜୀଙ୍କ ମଧ୍ୟରେ ସାନଖେମୁଣ୍ଡି ବ୍ଳକ ଗୌତମୀ ଗ୍ରାମର ବର୍ଷା ରେଡ୍ଡୀ (୧୮) ଏବଂ କବିସୂର୍ଯ୍ୟନଗର ଥାନା ଅଧୀନ ପଥରା ଗ୍ରାମର ଡି.ରୁଦ୍ରିକା ରେଡ୍ଡୀ (୬)। ଗୁରୁତର ବ୍ୟକ୍ତି ଜଣକ ହେଲେ ମୋହନା ଥାନା ଡେଙ୍ଗମା ଗ୍ରାମର ଭାସ୍କର ବିଷୋୟୀ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଛି।

ଆଜି ଗୋକର୍ଣ୍ଣପୁର ପଞ୍ଚାୟତର ଦକ୍ଷିଣପୁର ଗ୍ରାମରେ ଏକ ଭୋଜିରେ ଯୋଗଦେବା ପାଇଁ ତ୍ରିନାଥଙ୍କ ଦୁଇ ଭଉଣୀଙ୍କ ସହ ଦୁଇ ଭାଣିଜୀ ଆସିଥିଲେ। ଅପରାହ୍ଣ ପ୍ରାୟ ୪ଟାରେ ଭୋଜି ଖାଇବା ପରେ ତ୍ରିନାଥ ଦୁଇ ଭାଣିଜୀଙ୍କୁ ଧରି ନିଜ ବୁଲେଟ୍‌ (ଓଡି୦୭ଏୱାଇ-୫୭୦୯) ଯୋଗେ ଡ୍ରେସ୍ କିଣିବା ପାଇଁ ଦିଗପହଣ୍ଡି ଆସୁଥିଲେ। ଏହି ସମୟରେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ତେଲ ଟ୍ୟାଙ୍କର୍‌ (ଓଆର-୦୫ଏଟି-୫୭୪୫) ସହ ଦିଗପହଣ୍ଡି ଥାନା ନିକଟ ବଜାଜ୍‌ ସୋ’ରୁମ୍‌ ସମ୍ମୁଖରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ତିନି ଜଣ ଯାକ ରାସ୍ତାରେ ଛିଟିକି ପଡ଼ିଥିଲେ। ଏହି ସମୟରେ ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ମୋହନା ଥାନା ଡେଙ୍ଗମା ଗ୍ରାମର ଭାସ୍କର ବିଷୋୟୀ ମଧ୍ୟ ଟ୍ୟାଙ୍କର୍‌ ସହ ଧକ୍କା ହୋଇ ଗୁରୁତର ହୋଇଥିଲେ। ଦିଗପହଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତ୍ରିନାଥ ଓ ତାଙ୍କ ଦୁଇ ଭାଣିଜୀଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଭାସ୍କରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛି। ଘଟଣାସ୍ଥଳରୁ ଟ୍ୟାଙ୍କର ଚାଳକ ଫେରାର ଥିବା ବେଳେ ଦିଗପହଣ୍ଡି ପୁଲିସ ଦୁର୍ଘଟଣାଗ୍ରସ୍ତ ସମସ୍ତ ଗାଡ଼ି ଜବତ କରିଛି। ଅପରପକ୍ଷରେ ପୁଲିସ ୩ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି।

ବସ୍‌ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ 
କୋଲାବିରା: ଜାତୀୟ ରାଜପଥ ୪୯ର କୋଲାବିରା ଥାନା ଅନ୍ତର୍ଗତ ଶିରିଆପାଲି ଛକରେ ଶୁକ୍ରବାର ଏକ ବସ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ବୟ ହେଉଛନ୍ତି ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଚିପିଲିମା ନିକଟ କରଡୋଲା ଗାଁର ମନୋଜ ମେହେର (୪୮) ଓ  ସୁଶାନ୍ତ ମେହେର (୪୬)। ଶୁକ୍ରବାର ମଧ୍ୟାହ୍ନରେ କୁଚିଣ୍ଡା ପଟୁ ଝାରସୁଗୁଡ଼ା ଯାଉଥିବା ଜୟ ମାତାଦୀ ବସ୍‌ (ଓଡି୧୪ଜି-୨୦୩୩) ସହ ବିପରୀତ ଦିଗରୁ ଆସୁଥିବା ବାଇକ୍‌ (ଓଆର୍୧୫ଆର୍‌-୨୧୯୭) ଶିରିଆପାଲିଠାରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ବସ୍‌ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଉଭୟ ବାଇକ୍‌ ଆରୋହୀଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe