ଗେଟିପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବ୍ରିଜରୁ ୨୦ ଫୁଟ୍ ତଳକୁ ଖସିଲା ଟ୍ରାକ୍ଟର୍, ୫ ଆହତ

Advertisment
ଗେଟିପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବ୍ରିଜରୁ ୨୦ ଫୁଟ୍ ତଳକୁ ଖସିଲା ଟ୍ରାକ୍ଟର୍, ୫ ଆହତ

ରାୟଗଡ଼ା: ଚାନ୍ଦିଲି ଥାନା ଗେଟିପଡ଼ା ନିକଟରେ ଆଜି ସଂଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ଆରୋହୀକୁ ବଞ୍ଚାଇବାକୁ ଯାଇ ଟ୍ରାକ୍ଟର ଭାରସାମ୍ୟ ହରାଇ ବ୍ରିଜରୁ ୨୦ ଫୁଟ ତଳକୁ ଖସି ପଡିବା ଯୋଗୁ ଟ୍ରାକ୍ଟରରେ ଥିବା ୫ ଶ୍ରମିକ ଆହତ ହୋଇଛନ୍ତି। ଆହତ ଶ୍ରମିକଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜଣେ ଶ୍ରମିକଙ୍କର ଗୋଡ଼ ଭାଙ୍ଗିଥିବା ବେଳେ ଅନ୍ୟ ୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।

ସଂଧ୍ୟାରେ ଇଟା ବୋଝେଇ କରି ଟ୍ରାକ୍ଟରଟି ପେଣ୍ଟାରୁ କାର୍ଲାକଣା ଅଭିମୁଖେ ଯାଉଥିଲା। ଏହି ସମୟରେ କଲ୍ୟାଣସିଂହପୁରରୁ ଜେକେପୁର ଆଡକୁ ଆସୁଥିବା ଏକ ବାଇକ୍ ହଠାତ୍ ଟ୍ରାକ୍ଟର ଆଗକୁ ଚାଲି ଆସିଥିଲା। ଫଳରେ ଗେଟିପଡ଼ା ବ୍ରିଜ୍ ଉପରେ ଟ୍ରାକ୍ଟର ଡ୍ରାଇଭର ବାଇକ ଆରୋହୀକୁ ବଞ୍ଚାଇବାକୁ ଯାଇ ବ୍ରେକ୍ ଦେବା ପରେ ଭାରସାମ୍ୟ ହରାଇ ଟ୍ରାକ୍ଟରର ଇଞ୍ଜିନ୍ ଡାଲାରୁ ଅଲଗା ହୋଇ ବ୍ରିଜ୍ ତଳକୁ ଖସି ପଡିଥିଲା। ଟ୍ରାକ୍ଟର ଡାଲାଟି ବ୍ରିଜରେ ପିଟି ହୋଇ ରହି ଯାଇଥିବା ବେଳେ ଇଞ୍ଜିନ୍ ବ୍ରିଜ୍ ତଳକୁ ଖସି ପଡିଥିଲା। ଦୁର୍ଘଟଣାରେ ଶ୍ରମିକ କୁମାର କୁଲସିକା (୨୩), ଶିବ କାଡ୍ରକା (୧୮), ଶଙ୍କର ପେଦେଣ୍ଟି (୩୦), ରାଜାରାଓ ହିମିରିକା (୨୨), ଗୁରୁ ପେଦେଣ୍ଟି (୨୦) ଆହତ ହୋଇଛନ୍ତି। ଖବର ପାଇ ଚାନ୍ଦିଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନସ୍ ଯୋଗେ ଆହତ ଶ୍ରମିକଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe