ସପରିବାର ଗାଁକୁ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଜିନ୍ଦଲ୍ କର୍ମଚାରୀଙ୍କ ମୃତ୍ୟୁ

Advertisment

ପତ୍ନୀ ଓ ଝିଅ ଗୁରୁତର

ପତ୍ନୀ ଓ ଝିଅ ଗୁରୁତର

ସପରିବାର ଗାଁକୁ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଜିନ୍ଦଲ୍ କର୍ମଚାରୀଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିରେ ଉକ୍ତ ବ୍ୟକ୍ତିଙ୍କର ପତ୍ନୀ ଓ ଝିଅ ଗୁରୁତର ହୋଇଥିବାର ଖବର ମିଳିଛି। ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ,  ଆଜି  ଭୋର ସମୟରେ ଅନୁଗୁଳ ଜିଲ୍ଲାରେ ଥିବା ଜିନ୍ଦଲ୍ କାରଖାନାରେ କାର୍ଯ୍ୟ କରୁଥିବା ନୀଳମଣି ବେହେରା, ତାଙ୍କ ପତ୍ନୀ ବିଳାସିନୀ ଏବଂ ପୁଅ-ଝିଅଙ୍କୁ ସାଙ୍ଗରେ ଧରି ନିଜର ବାଇକ୍ ଯୋଗେ ରେଢାଖୋଲରେ ଥିବା ଗାଁକୁ ଯାଉଥିଲେ। ହେଲେ ସକାଳ ପ୍ରାୟ ୬ଟା ସମୟରେ ଜରପଡ଼ା ନିକଟରେ ଏକ ଅଜଣା ଗାଡ଼ି ବାଇକକୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ  ନୀଳମଣି ବେହେରାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ  ପତ୍ନୀ ବିଳାସିନୀ ଓ ଝିଅ ଗୁରୁତର ହୋଇଥିଲେ।ସ୍ଥାନୀୟ ଲୋକେ ଏସଂପର୍କରେ  ଜରପଡ଼ା ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ୍ ପହଞ୍ଚି ଉଭୟ ବିଳାସିନୀ ଏବଂ ତାଙ୍କ ଝିଅଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ତେବେ ପୁଅ ସୁରକ୍ଷିତ ରହିଛି। ମୃତ ନୀଳମଣି ବେହେରାଙ୍କର ବୟସ ୪୫ ବର୍ଷ ବୋଲି ଜଣାଯାଇଛି। କରେନା ସତର୍କତା ସକାଶେ ବସ୍ ଚଳାଚଳ ବନ୍ଦ ହେବା ପରେ ନୀଳମଣି ବେହେରା ସପରିବାର ଗାଁକୁ ଯାଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe