ଆଠଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା କାର୍ ଧକ୍କାରେ ବାଇକ୍ ଆରୋହୀ ମୃତ

Advertisment
ଆଠଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା କାର୍ ଧକ୍କାରେ ବାଇକ୍ ଆରୋହୀ ମୃତ

ଆଠଗଡ଼: କଟକ ଜିଲ୍ଲାର ଆଠଗଡ଼ ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଆଲୋକ ସାହୁ ନାମକ ଜଣେ ବ୍ୟବସାୟୀ ନିଜ ବାଇକ୍ ଯୋଗେ କଟକରୁ ଆଠଗଡ଼କୁ ଫେରୁଥିଲେ। ସେ ଆଠଗଡ଼ ଥାନା ଅନ୍ତର୍ଗତ ଆଠଗଡ଼-ଧବଳେଶ୍ବର ରାସ୍ତାରେ ଥିବା ଦହିସରା ନିକଟରେ ବାଇକ୍ ଚଳାଇ ଯାଉଥିବା ବେଳେ ଏକ ଅଜଣା କାର୍ ବିପରୀତ ଦିଗରୁ ଆସି ତାଙ୍କ ବାଇକକୁ ଧକ୍କା ଦେଇଥିଲା।

ଏହା ଫଳରେ ଆଲୋକ ସାହୁଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏ ସଂପର୍କରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଆଠଗଡ଼ ଡାକ୍ତରଖାନାକୁ ଆଣିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

publive-image image source--news first

ଆଲୋକ ସାହୁଙ୍କ ଘର ଢେଙ୍କାନାଳ ଜିଲ୍ଲାର ଶଙ୍କରପୁର ପଞ୍ଚାୟତ ଅନ୍ତର୍ଗତ ପର୍ବତିଆ ଗାଁରେ ବୋଲି ଜଣାଯାଇଛି। ସେ ମାଗୁଣି ସାହୁଙ୍କ ପୁତ୍ର ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe