ବାଲୁଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କାର୍ ଚାଳକଙ୍କ ସମେତ ୨ ମୃତ

ବାଲୁଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କାର୍ ଚାଳକଙ୍କ ସମେତ ୨ ମୃତ

ବାଲୁଗାଁ: ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ଥାନା ନାଭାଲ ଛକ ଠାରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଭୋର ୪ଟା ସମୟରେ ଏକ କାର(ଓଡି୦୨- ଇ୨୮୨୪)କୁ  ଟ୍ରକ (ଓଡି୧୬-ଜି୦୨୨୭୭)କୁ ଚାପି ଦେବା ପରେ କାରରେ ଥିବା ୨ଜଣ ବ୍ୟକ୍ତି ମୃତ୍ୟୁ ହୋଇଛି।

ଜଣେ ମୃତକଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟଜଣଙ୍କ ପରିଚୟ ମିଳିନ‌ାହିଁ। ଜଣେ ମୃତକ ହେଲେ କାର୍ ଚାଳକ ଭଞ୍ଜନଗର କୁରୁଳେଇଗାଁର ଅରକ୍ଷିତ ବେହେରାଙ୍କ ପୁଅ ବିଦ୍ୟାଧର ବେହେରା। ତାଙ୍କର ବୟସ ୩୮ ବର୍ଷ ବୋଲି ଜଣାଯାଇଛି। କାର୍ ଟି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଏହି ସମୟରେ ଏକ ଲୁହା ବୋଝେଇ ଟ୍ରକ ଆସି କାରକୁ ପଛପଟୁ ଧକ୍କା ଦେଇଥିଲା। ଘଟଣାକୁ ନେଇ ପୁଲିସର ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe