ଟ୍ରକକୁ ପଛରୁ ପିଟିଲା ବସ୍: ଜଣଙ୍କର ମୃତ୍ୟୁ, ଚାରି ଗୁରୁତର

Advertisment
ଟ୍ରକକୁ ପଛରୁ ପିଟିଲା ବସ୍: ଜଣଙ୍କର ମୃତ୍ୟୁ, ଚାରି ଗୁରୁତର

ବାଙ୍ଗରିପୋଷି: ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ସ୍ଥିତ ଦ୍ୱାରସୁଣୀ ଘାଟୀରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଏଠାରେ ଟ୍ରକକୁ ପଛରୁ ଏକ ବସ ପିଟିଛି। ଏହାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ଏଣେ ଚାରି ଜଣ ଗୁରୁତର ହୋଇଛନ୍ତି।


ଘଟଣାସ୍ଥଳରେ ବାଙ୍ଗରିପୋଷି ପୁଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଆହତମାନଙ୍କୁ ବାଙ୍ଗରିପୋଷି ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା କରାଇଥିଲେ। ବସଟି ସମ୍ବଲପୁର ଅଞ୍ଚଳରୁ ମିସ୍ତ୍ରୀମାନଙ୍କୁ ନେଇ ମୁଶୀର୍ଦାବାଦ ଯାଉଥିଲା। ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ଅନ୍ୟ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠାଇ ଦିଆଯାଇଛି। ମୃତକ ମୁଶୀର୍ଦାବାଦ ଅଞ୍ଚଳର ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe