ଦୁଇ ବାଇକ ମୁହାଁମୁହିଁ ଧକ୍କା: ଜଣେ ଆରୋହୀଙ୍କ ଜୀବନ ଗଲା, ଆରଜଣକ ଗୁରୁତର

Advertisment
ଦୁଇ ବାଇକ ମୁହାଁମୁହିଁ ଧକ୍କା: ଜଣେ ଆରୋହୀଙ୍କ ଜୀବନ ଗଲା, ଆରଜଣକ ଗୁରୁତର

ବାସୁଦେବପୁର: ଭଦ୍ରକ ଜିଲ୍ଲା ଥାନା ବେତଡ଼ା ନିକଟସ୍ଥ ବିଷ୍ଣୁବିନ୍ଧା ନିକଟରେ ଗତ ଶନିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ବାଇକ ଅରୋହୀ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବକ ବାଲେଶ୍ଵର ଅଞ୍ଚଳର ପ୍ରଣୟ ଦାସ ବୋଲି ସୂଚନା ମିଳିଛି। ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ସାବରପୁର ଅଞ୍ଚଳର ସେକ ରହିମୁଦ୍ଦିନ ଗୁରୁତର ହୋଇଛନ୍ତି। ତେବେ ଗୁରୁତର ରହିମୁଦ୍ଦିନକୁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ପ୍ରଣୟ ବାସୁଦେବପୁରରୁ ଜାମୁଝାଡ଼ି ଆଡ଼କୁ ଯାଉଥିବା ସମୟରେ ଅନ୍ୟପଟରୁ ଭଦ୍ରକରୁ ସାଵରପୁରକୁ ଫେରୁଥିଲେ ସେକ ରହିମୁଦ୍ଦିନ। ଉଭୟେ  ମୁହାଁମୁହିଁ ହେବାରୁ ଏହି ଦୁର୍ଘଟଣା ଘଟିଥିଲା। ଏଣେ ରହିମୁଦ୍ଦିନଙ୍କ ବାଇକ୍ ଡିକିରୁ  ୪୮ ହଜାର ଟଙ୍କା ଓ ସୁନା ରୁପା ଅଳଙ୍କାର ପୁଲିସ ଜବତ କରି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe