ହାଇୱା-ବୋଲେରୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ୪ ଆହତ କଟକ ସ୍ଥାନାନ୍ତର

Advertisment

ଭଦ୍ରକ ଆରଡ଼ି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଭଦ୍ରକ ଆରଡ଼ି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଗାଡ଼ି ଧକ୍କାରେ ମହିଳା ମୃତ

ଭଦ୍ରକ: ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଆରଡ଼ି ଛକରେ ହାଇୱା ବୋଲେରୋ ମୁହାଁମୁହି ଧକ୍କା। ଜଣେ ମୃତ, ୪ ଆହତ କଟକ ସ୍ଥାନାନ୍ତର। ବୋଲେରୋ ଗାଡ଼ିଟି ପୁରୀରୁ ବାଲେଶ୍ଵର ଜିଲ୍ଲାର ଗୋପାଳପୁର ଫେରୁଥିଲା ବେଳେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। ହାଇୱା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ସୂଚନା ଅନୁଯାୟୀ ପୁରୀରୁ ଜଗନ୍ନାଥ ଦର୍ଶନ ସାରି ଏକ ବୋଲେରୋରେ ବାଲେଶ୍ବର ଜିଲ୍ଲା ଗୋପାଳପୁର ଫେରୁଥିବା ସମୟରେ ବିଳମ୍ବିତ ରାତିରେ ଭଦ୍ରକ ଆରଡ଼ି ଛକ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ହାଇୱା ଟ୍ରକ୍ ସହ ମୁହାଁମୁହି ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଶିଶୁଙ୍କ ସମେତ ଅନ୍ୟ ଦୁଇ ଜଣ ଭଦ୍ରକ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ଅନ୍ୟ ୬ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରୁ ହାଇୱା ଫେରାର ହୋଇ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe