ଭଦ୍ରକରେ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ୯ ଗୁରୁତର

Advertisment
ଭଦ୍ରକରେ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ୯ ଗୁରୁତର

ଭଦ୍ରକ: ଆଜି ଭଦ୍ରକରେ ଦୁଇଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ତହସିଲ୍ ଅଫିସ ନିକଟରେ ଗୋଟିଏ ଦୁର୍ଘଟଣା ଘଟିଥିବା ବେଳେ ଆରଟି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତ୍ରିଶଳପୁର ଛକ ନିକଟରେ ଘଟିଛି।

ଆଜି ଭୋର ସମୟରେ ବାଲେଶ୍ବର ପଟୁ ଆସୁଥିବା ଏକ କାର୍ ଭଣ୍ଡାରିପୋଖରୀ ତହସିଲ୍ ଅଫିସ ନିକଟରେ ଟ୍ରକ୍ ତଳେ ପଶିଯାଇଥିଲା। ଏହାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ହୋଇଥିଲେ। ୪ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଏଯାଏ ମୃତାହତଙ୍କ ପରିଚୟ ମିଳିନାହିଁ।

ତେଣେ କଲିକତା ଅଞ୍ଚଳରୁ କୁକୁଡ଼ା ଛୁଆ ନେବା ପାଇଁ ଓଡ଼ିଶା ଆସିଥିବା ଏକ ଟ୍ରକ ମାତ୍ର ତ୍ରିଶଳପୁର ଛକ ନିକଟରେ ସମ୍ମୁଖରେ ଥିବା ଅନ୍ୟ ଏକ ଟ୍ରକକୁ ପଛରୁ ପିଟିବା ଫଳରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଗାଡ଼ିରେ ଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣ ଗୁରୁତର ହୋଇଥିଲେ। ସମସ୍ତ ଗୁରୁତର ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସମସ୍ତ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେମାନଙ୍କ ଭିତରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe