ବଲାଙ୍ଗୀର-ଟିଟିଲାଗଡ଼ ରାସ୍ତାରେ ଟ୍ରେଲର ଦୁର୍ଘଟଣାଗ୍ରସ୍ତ: ଦୁଇ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଜାମ୍

Advertisment
ବଲାଙ୍ଗୀର-ଟିଟିଲାଗଡ଼ ରାସ୍ତାରେ ଟ୍ରେଲର ଦୁର୍ଘଟଣାଗ୍ରସ୍ତ: ଦୁଇ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଜାମ୍

ବଲାଙ୍ଗୀର: ବଲାଙ୍ଗୀର -ଟିଟିଲାଗଡ଼ ରାସ୍ତାରେ ଏକ ଆଲୁମିନିୟମ ବୋଝେଇ ଟ୍ରେଲର ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। ବିଜାଖମନ ଛକଠାରେ
ଏହି ଅଘଟଣ ଘଟିଛି। ଏହାଫଳରେ ବିଜାଖମନଠାରୁ ବଲାଙ୍ଗୀର ସହର ପର୍ଯ୍ୟନ୍ତ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିଛି। ଏଥିମଧ୍ୟରେ ବହୁ ଭାରୀଯାନ ଥିବା ଜଣାଯାଇଛି। ଏହାଫଳରେ ବଲାଙ୍ଗୀର –ଟିଟିଲାଗଡ଼ ଯାତାୟତ ବାଧାପ୍ରାପ୍ତ ହୋଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି।

ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତି ରେ ଜାତୀୟ ରାଜପଥ-୨୬ରେ ଏକ ଆଲୁମିନିୟମ ବୋଝେଇ ଟ୍ରେଲର ବିଜାଖମନ ଛକଠାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇଥିଲା।ତେବେ ଦୁର୍ଘଟଣା ଘଟିବା ପୂର୍ବରୁ ଚାଳକ ଓ ହେଲପର୍ ଗାଡ଼ିରୁ ଓହ୍ଲାଇପଡ଼ିଥିଲେ। ଏଣୁ ସେଦୁହେଁ, ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ। ଉକ୍ତ ଟ୍ରେଲରଟି ବିଶାଖାପାଟନମରୁ ଝାରସୁଗୁଡ଼ା ଅଭିମୁଖେ ଯାଉଥିଲା ବୋଲି ଜଣାଯାଇଛି। ଖବର ପାଇ ସ୍ଥାନୀୟ ପୁଲିସ୍ ରାସ୍ତାରୁ ଉକ୍ତ ଦୁର୍ଘଟଣାଗ୍ରସ୍ତ ଆଲୁମିନିୟମ ବୋଝେଇ ଟ୍ରେଲରକୁ ହଟାଇବାର ଉଦ୍ୟମ ଆରମ୍ଭ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe