ଜଗନ୍ନାଥ ଦର୍ଶନ ଲାଗି ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ଗୋଟିଏ ଗାଆଁର ୧୫ ଲୋକ, ୨ ମୃତ, ୭ ଗୁରୁତର

Advertisment
ଜଗନ୍ନାଥ ଦର୍ଶନ ଲାଗି ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ଗୋଟିଏ ଗାଆଁର ୧୫ ଲୋକ, ୨ ମୃତ, ୭ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀର -ସୋନପୁର ରାସ୍ତାର ବଇରାସ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ହୋଇଥିବାର ଖବର ମିଳିଛି। ଏକ ଟ୍ରକ୍‌କୁ ଏକ ବୋଲେରୋ ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଥାନା ଅନ୍ତର୍ଗତ ଘୁମେର ଗାଁର ୧୫ ଜଣ ମହିଳା ଓ ପୁରୁଷ ବୋଲେରୋରେ ପୁରୀ ଅଭିମୁଖେ ବାହାରିଥିଲେ। ସେମାନେ ଜଗନ୍ନାଥ ଦର୍ଶନ ଲାଗି ବାହାରିଥିଲେ। ସେମାନେ ଯାଉଥିବା ବୋଲେରୋ ଗାଡ଼ିଟି ବଇରାସ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି।

ଏହା ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ମୃତକ ଦ୍ୱୟ ହେଲେ ଶକୁନ୍ତଳା ସାହୁ ଓ ତେଜ୍ ବାଗ୍। ପରେ ସ୍ଥାନୀୟ ଲୋକେ ଘଟଣା ସଂପର୍କରେ ଖବର ପାଇ ଆହତମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ବଲାଙ୍ଗୀରର ଭୀମଭୋଇ ମେଡିକାଲ୍‌ କଲେଜ ଆଣ୍ଡ୍ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe