ଦୁଇ ଗାଡ଼ି ମୁହାଁମୁହିଁ ଧକ୍କା: ପିକଅପ ଚାଳକ ମୃତ

Advertisment

ଡମ୍ଫର ଚାଳକ ଫେରାର

ଡମ୍ଫର ଚାଳକ ଫେରାର

ଦୁଇ ଗାଡ଼ି ମୁହାଁମୁହିଁ ଧକ୍କା: ପିକଅପ ଚାଳକ ମୃତ

ବଲାଙ୍ଗୀର: ରବିବାର ଭୋର ସକାଳୁ ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ପଥରଚେପା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ହିଁ ପିକଅପ ଚାଳକଙ୍କୁ ମୃତ୍ୟୁ ହୋଇଯାଇଥିଲା। ସଦର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି।

ସୂଚନାରୁ ପ୍ରକାଶ ଯେ ରବିବାର ଭୋରରୁ ଓଡି ୦୫ ୦୪୫୭ ନମ୍ବର ଧାରୀ ଡମ୍ଫର ଗାଡ଼ି ପାଟଣାଗଡ଼ ଅଭିମୁଖେ ଯାଉଥିଲା। ପଥରଚେପା ଘାଟିଠାରେ ଓଡି ୦୩ଏଏ ୦୨୨୪ ନମ୍ବର ପିକଅପ ଗାଡ଼ି ଡମ୍ଫର ସହିତ ଧକ୍କା ହୋଇଥିଲା। ଧକ୍କାରେ ପିକଅପ ଗାଡ଼ି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିବା ବେଳେ ପିକଅପ ଚାଳକଙ୍କ ଘଟଣାସ୍ଥଳରେ ହିଁ ଜୀବନ ଚାଲି ଯାଇଥିଲା । ଅନ୍ୟପଟେ ଡମ୍ଫର ଚାଳକ ଘଟଣାସ୍ଥଳରୁ ଫେରାର ମାରିଥିଲେ। ଖବର ପାଇ ସଦର ପୁଲିସ ଓ ଦମକଳ ବାହିନୀ ଦୁର୍ଘଟଣାଗ୍ରସ୍ତ ଯାନକୁ ସଦର ଥାନାକୁ ଆଣିବା ସହ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ପଠାଇଛନ୍ତି। ତେବେ ଖବର ଲେଖା ଯିବା ଯାଏଁ ମୃତ ପିକଅପ ଚାଳକଙ୍କ ନାମ ପରିଚୟ ଜଣା ପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe