ଅଟୋକୁ ଧକ୍କା ଦେଲା ଟ୍ୟାଙ୍କର: ଜଣଙ୍କର ମୃତ୍ୟୁ

Advertisment
ଅଟୋକୁ ଧକ୍କା ଦେଲା ଟ୍ୟାଙ୍କର: ଜଣଙ୍କର ମୃତ୍ୟୁ

ବୌଦ୍ଧ: ୫୭ ନଂ ଜାତୀୟ ରାଜପଥର ବାଇପାସ୍ ନିକଟ ଜଗଦୀଶପୁର ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଅଟୋକୁ ଧକ୍କା ଟ୍ୟାଙ୍କର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି।

publive-image
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଏକ ଅଟୋରେ କିଛି ଲୋକ ବୌଦ୍ଧରୁ ବଧିଆପଡ଼ାକୁ ଯାଉଥିଲା। ବାଇପାସ୍ ନିକଟ ଜଗଦୀଶପୁର ଛକ ନିକଟରେ ଉକ୍ତ ଅଟୋକୁ ଧକ୍କା ଏକେ ତେଲ ଟ୍ୟାଙ୍କର ଧକ୍କା ଦେଇଥିଲା। ଏହାଫଳରେ ଅଟୋ ଡ୍ରାଇଭରଙ୍କ ବାମ ପାଖରେ ବସିଥିବା ଜଣେ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତେବେ ଦୁର୍ଘଟଣା ଘଟାଇଥିବା ତେଲ ଟ୍ୟାଙ୍କରର ଡ୍ରାଇଭର୍ ଫେରାର ମାରିଥିବା ଜଣାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରାସ୍ତାରୋକ କରିଛନ୍ତି। ଖବର ପାଇ ବୌଦ୍ଧ ଟାଉନ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe