ଗଣେଶ ଭସାଣି ବେଳେ ଅଘଟଣ: ପାଣିରେ ବୁଡ଼ି ଯୁବକ ମୃତ

Advertisment
ଗଣେଶ ଭସାଣି ବେଳେ ଅଘଟଣ: ପାଣିରେ ବୁଡ଼ି ଯୁବକ ମୃତ

gCaptain

ନୂଆପଡ଼ା/ବୋଡ଼େନ: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଟେମରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୁକ୍ରବାର ଗଣେଶ ଭସାଣି ସମୟରେ ପାଣିରେ ବୁଡ଼ି ଗଜିନ୍ଦ୍ର ମାଝୀ (୨୮)ଙ୍କ ମୃତ୍ୟୁ ଘଟିଛି।

ସୂଚନାମତେ, ଟେମରୀ ଗ୍ରାମରେ ଶୁକ୍ରବାର ଗଣେଶ ଭସାଣି କାର୍ଯ୍ୟକ୍ରମ ହୋଇଥିଲା। ଗ୍ରାମର ଯୁବକଙ୍କ ସହ ମହନ ମାଝୀଙ୍କ ପୁଅ ଗଜିନ୍ଦ୍ର ମଧ୍ୟ ସାମିଲ ଥିଲେ। ଭସାଣି ସାରି ସମସ୍ତେ ଘରକୁ ଫେରିଥିଲେ। ହେଲେ ଗଜିନ୍ଦ୍ର ଫେରି ନଥିଲେ। ଶୁକ୍ରବାର ରାତିରେ ଖୋଜାଖୋଜି ପରେ ତାଙ୍କ କୌଣସି ପତ୍ତା ମିଳି ନଥିଲା। ଶନିବାର ସକାଳେ ପୋଖରୀରେ ଗଜିନ୍ଦ୍ରଙ୍କ ଶବ ଭାସୁଥିବା ଦେଖି ଲୋକେ ବୋଡ଼େନ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଗଜିନ୍ଦ୍ର ଗତ ବର୍ଷ ପ୍ରେମ ବିବାହ କରିଥିବା ବେଳେ ଘରେ ତାଙ୍କ ପତ୍ନୀ ବର୍ତ୍ତମାନ ଗର୍ଭବତୀ ଥିବା ସୂଚନା ମିଳିଛି। ଏଭଳି ଏକ ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe