ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍: ଜଣଙ୍କର ମୃତ୍ୟୁ, ୫ ଆହତ

ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍: ଜଣଙ୍କର ମୃତ୍ୟୁ, ୫ ଆହତ

ନୟାଗଡ଼: ନୟାଗଡ଼ ଜିଲ୍ଲାର ଇଟାମାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଠିଆ ହୋଇଥିବା ଏକ  ଟ୍ରକକୁ ପଛରୁ ଯାତ୍ରବାହୀ ବସ୍ ପିଟିଥିଲା। ଏହାଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ୫ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଭବାନୀପାଟଣାରୁ ଭୁବନେଶ୍ବର ଅଭିମୁଖେ ମାଣିକେଶ୍ବରୀ ନାମକ ଏକ ଘରୋଇ ବସ୍ ଆସୁଥିଲା। ଆଜି ଭୋର ସମୟରେ ଇଟାମାଟି ନିକଟରେ ଥିବା ପେଟ୍ରୋଲ ପମ୍ପ ପାଖରେ ଠିଆ ଠିଆ ହୋଇଥିବା ଏକ ମାର୍ବଲ ବୋଝେଇ ଟ୍ରକକୁ ପଛରୁ ଉକ୍ତ ଯାତ୍ରବାହୀ ବସ୍ ପିଟିଥିଲା। ଏହାଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅମର ଚାନ୍ଦ। ତାଙ୍କ ଘର ଜୁନାଗଡ଼ରେ ବୋଲି ଜଣାଯାଇଛି।

publive-image

ଏହାଛଡ଼ା ୫ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ କଟକର ଗଗନ ମହାରଣା, ଭବାନୀପାଟଣାର ମହମ୍ମଦ ମୁସ୍ତାକ୍ ସଲିମ୍, ଜୁନାଗଡ଼ର ପ୍ରମୋଦ ଭୋଇ, କୃଷ୍ଣଚନ୍ଦ୍ର ସାହୁ ଓ ଯାଜପୁରର ଅନନ୍ତ ଚରଣ ସାହୁ। ସ୍ଥାନୀୟ ଲୋକ ଆହତମାନଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ଏଣେ ଉଭୟ ବସ୍ ଟ୍ରକକୁ ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe