ଲକ୍ଷ୍ମୀବସ୍ ଓ ବାଇକ୍ ମଧ୍ୟରେ ଧକ୍କା: ବାଇକ ଆରୋହୀ ମୃତ, ଆଉ ଜଣେ ଗୁରୁତର

Advertisment
ଲକ୍ଷ୍ମୀବସ୍ ଓ ବାଇକ୍ ମଧ୍ୟରେ ଧକ୍କା: ବାଇକ ଆରୋହୀ ମୃତ, ଆଉ ଜଣେ ଗୁରୁତର

କଣ୍ଟାମାଳ: ମଙ୍ଗଳବାର ସକାଳ ୮ଟା ସମୟରେ କଣ୍ଟାମାଳ ଥାନା ଲମ୍ବସରୀ ଛକ ନିକଟରେ ଲକ୍ଷ୍ମୀ ବସ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ କଣ୍ଟାମାଳ ବ୍ଲକ ବିଚିକା ଗାଁର ପ୍ରଶାନ୍ତ ମହାନନ୍ଦିଆ ଓ ବାଲ୍ମୀକି ମହନନ୍ଦିଆ କୌଣସି କାମରେ ବାଇକ ଯୋଗେ ଯାଉଥିବା ବେଳେ ଏହି ସମୟରେ ଲକ୍ଷ୍ମୀ ବସ୍ ବୁଲାଇବା ପାଇଁ ବସ୍ ପଛକୁ ଘୁଞ୍ଚାଉଥିଲା। ଫଳରେ ବାଇକଟି ସହ ଲକ୍ଷ୍ମୀ ବସର ପଛ ପଟରୁ ଧକ୍କା ହୋଇଥିଲା। ଧକ୍କାରେ ବାଇକର ଦୁଇ ଜଣ ଆରୋହୀ ଗୁରୁତର  ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ୍ ଯୋଗେ କଣ୍ଟାମାଳ ଡାକ୍ତରଖାନାକୁ ପଠାଇଥିଲେ। କଣ୍ଟାମାଳ ସ୍ୱାସ୍ଥ୍ୟକେନ୍ଦ୍ରରେ ବାଲ୍ମୀକି ମହନନ୍ଦିଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏଣେ ପ୍ରଶାନ୍ତଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe