ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ବେଳେ ଚଢ଼ିଗଲା ଟ୍ରକ: ୨ ମୃତ, ଜଣେ ଗୁରୁତର

Advertisment
ଦୁର୍ଘଟଣା ନେଲା ୮ ଜୀବନ: ସ୍କୁଟି-ବାଇକ୍ ମୁହାଁମୁହିଁ, ୪ ମୃତ

କେନ୍ଦୁଝର: କେନ୍ଦୁଝର  ଟାଉନ ଥାନ ଧୂର୍ପଦା ନିକଟରେ ୨୦ ନଂ ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ୨ ମୃତ, ଜଣେ ଗୁରୁତର। ଏକ ଦୋକାନ ନିକଟରେ ଛିଡ଼ା ହୋଇଥିବା ସମୟରେ ଭାରସାମ୍ୟ ହରାଇ ଏକ ଟ୍ରକ ମାଡ଼ିଯିବାରୁ ହୋଇଥିଲା ଦୁର୍ଘଟଣା। ଏକ ବାଇକକୁ ଧକ୍କା ଦେବାରୁ ବାଇକଟି ଜଳିପୋଡ଼ି ନଷ୍ଟ ହୋଇଯାଇଛି।

ପୁଲିସର ସୂଚନା ଅନୁଯାୟୀ ଗାଡ଼ିଟି ପ୍ରଥମେ ତାପସ ନାଏକ ନାମକ ଜଣେ କିନ୍ନରଙ୍କୁ ଧକ୍କା ଦେଇ ପଳାଇ ଯାଉଥିବା ସମୟରେ ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ଏକ ବାଇକ ଉପରେ ମାଡ଼ି ଯାଇଥିଲା। ଏଥିରେ ବାଇକରେ ଥିବା ଲାଲମୋହନ ବେହେରାଙ୍କ ସମେତ ତାପସ ନାଏକଙ୍କ ମୃତ୍ୟୁ ହୋଇଛି। ବାଇକରେ ଥିବା ଅନ୍ୟ ଜଣେ ଆରୋହୀ ବାପି ବେହେରା ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ସନ୍ଧ୍ୟା ହେବା ପରେ ବିଭିନ୍ନ ରାଜପଥରେ କିନ୍ନରମାନଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିଚାଲିିଥିବାବେଳେ ସେମାନେ ବିଭିନ୍ନ ଗାଡ଼ି ମୋଟରକୁ ଅଟକାଉଥିବାବେଳେ ଏହି ଦୁର୍ଘଟଣା ମଧ୍ୟ ସେହି କାରଣରୁ ହୋଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe