ଧାନ ବୋଝେଇ ଟ୍ରକରେ ପିଟିହେଲା ବରଯାତ୍ରୀଙ୍କ ବୋଲେରୋ: ୪ ମୃତ, ୭ ଗୁରୁତର

Advertisment
ଧାନ ବୋଝେଇ ଟ୍ରକରେ ପିଟିହେଲା ବରଯାତ୍ରୀଙ୍କ ବୋଲେରୋ: ୪ ମୃତ, ୭ ଗୁରୁତର

କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗାଠାରେ ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି। ଏହାଫଳରେ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୭ ଜଣ ଗୁରୁତର ହୋଇଥିବାର ଖବର ମିଳିଛି।

publive-image
କେସିଙ୍ଗା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୨୧୭ର ତୁର୍ଲାଖମନ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ ହୋଇଥିବା ବେଳେ ୭ ଗୁରୁତର ଆହତ ହୋଇଛନ୍ତି। ଏମାନେ ଟିତକେଲାଠାରୁ ପିପଲପଦରକୁ ବରଯାତ୍ରୀ ଯାଇ ବୋଲେରୋରେ ଫେରୁଥିଲେ। ବିଳମ୍ବିତ ରାତିରେ ଏକ ଧାନ ବୋଝେଇ ଟ୍ରକ ସହ ବୋଲେରୋ ପିଟି ହୋଇଯାଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ୭ ଗୁରୁତରଙ୍କୁ ଉଦ୍ଧାର କରାଯାଇ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଭବାନୀପାଟଣା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଗୁରୁତର ଆହତ ଏକ ଶିଶୁକୁ ବୁର୍ଲା ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ମୃତକ ମଧ୍ୟରେ ୩ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ବୋଲେରୋରେ ସମୁଦାୟ ୧୧ ଜଣ ଲୋକ ଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe