ବସ୍-ଭ୍ୟାନ୍ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ପୁରୁଷ ଓ ଜଣେ ମହିଳାଙ୍କ ଜୀବନ

Advertisment
ବସ୍-ଭ୍ୟାନ୍ ମୁହାଁମୁହିଁ ଧକ୍କା: ଚାଲିଗଲା ୨ ପୁରୁଷ ଓ ଜଣେ ମହିଳାଙ୍କ ଜୀବନ

ଆସିକା: ଗଞ୍ଜାମ ଜିଲ୍ଲା ଖଡ଼ଭାଗ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ବସ୍- ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୨ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ପିକଅପ୍ ଭ୍ୟାନରେ ଚାପି ହୋଇ କିଛି ସମୟ ରହିଥିଲା ମୃତଦେହ।

ଘଟଣାସ୍ଥଳରେ ଆସିକା ପୁଲିସ ଓ ଅଗ୍ନିଶମବାହିନୀ ମୃତକମାନଙ୍କୁ ପିକଅପ୍ ଭ୍ୟାନ କାଟି ଉଦ୍ଧାର କରିଥିଲେ। ବସଟି ଆସିକାରୁ ବ୍ରହ୍ମପୁରରୁ ଆସିକା ଅଭିମୁଖେ ଯାଉଥିବା ବେଳେ ପିକ୍ଅପ୍ ଭ୍ୟାନ ଆସିକାରୁ ବ୍ରହ୍ମପୁର ଆସୁଥିଲା ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe