ଖଣ୍ଡଗିରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରଲର ଡ୍ରାଇଭରଙ୍କ ମୃତ୍ୟୁ

Advertisment
ଖଣ୍ଡଗିରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରଲର ଡ୍ରାଇଭରଙ୍କ ମୃତ୍ୟୁ

ଭୁବନେଶ୍ବର: ଭୁବନେଶ୍ୱର ଖଣ୍ଡଗିରି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ଜୀବନ ଚାଲିଯାଇଛି। ଆଉ ଜଣେ ଗୁରୁତର ଭାବରେ ଆହତ ହୋଇଛନ୍ତି।

publive-image

ଆଜି ସକାଳୁ ମାଲ ବୋଝେଇ ଟ୍ରଲର ଖୋର୍ଦ୍ଧା ଆଡୁ ଭୁବନେଶ୍ୱର ଆସୁଥିଲା । ଖଣ୍ଡଗିରି ଓଭର ବ୍ରିଜ ପଛକୁ ଥିବା ହମ୍ସରେ ବ୍ରେକ ମାରିଥିଲେ ଡ୍ରାଇଭର। ଏହାଫଳରେ ଗାଡ଼ିରେ ଲୋଡ ହୋଇଥିଲା କଣ୍ଟେନର ଚେନ ଛିଡ଼ି ଯାଇଥିଲା । କଣ୍ଟେନର ସିଧା ଇଞ୍ଜିନ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ମାଲ ବୋଝେଇ ଟ୍ରଲର ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ହୋଇଛନ୍ତି। ହେଲପରଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ହେଲପରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ରାସ୍ତା ଉପରେ ଦୁର୍ଘଟଣା ହୋଇ ପଡ଼ିଥିବା ଟ୍ରଲର ଏବଂ କଣ୍ଟେନରକୁ କ୍ରେନ୍ ଯୋଗେ ରାସ୍ତା ଉପରୁ କଢାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe