କୁର୍ଲୁ ଘାଟିରେ ଗଛରେ ପିଟି ହେଲା କାର୍: ୨ ଜଣଙ୍କ ମୃତ୍ୟୁ,୨ ଗୁରୁତର

Advertisment
କୁର୍ଲୁ ଘାଟିରେ ଗଛରେ ପିଟି ହେଲା କାର୍: ୨ ଜଣଙ୍କ ମୃତ୍ୟୁ,୨ ଗୁରୁତର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର କୁର୍ଲୁ ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କୁର୍ଲୁଘାଟି ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଖାତିଗୁଡ଼ାରୁ ନବରଙ୍ଗପୁର ଅଭିମୁଖେ କାର ଆସୁଥିବା ବେଳେ ଏଠାରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା। ଏହାଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି।

ଗତକାଲି ରାତିରେ ତେନ୍ତୁଳିଖୁଣ୍ଟି ବ୍ଲକ ଡଦିଗିସଲପା ଗ୍ରାମରେ ଦୋଳ ପୂର୍ଣ୍ଣିମା ଯାତ୍ରା ଦେଖି କୌଣସି କାମ ନେଇ ଆଜି ଭୋରରୁ କାରରେ ଖାତିଗୁଡା ପଟରୁ ନବରଙ୍ଗପୁର ଅଭିମୁଖେ ଯାଉଥିବା ବେଳେ କୁର୍ଲୁଘାଟି ନିକଟରେ ଆମ୍ବ ଗଛକୁ ଗାଡ଼ିଟି ପିଟି ହୋଇଥିଲା, ଯାହା ଫଳରେ ଦୁର୍ଘଟଣାରେ ଗାଡ଼ି ଭିତରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି।

ମୃତକ ହେଲେ ଦିଗିସୋଲପାର ରିତିକ ବିଷୋୟୀ ଓ ଉଦୟପୁରର ପ୍ରଦୀପ ଟାକରି ବୋଲି ଜଣାପଡିଛି । ଆହତମାନେ ଇନ୍ଦ୍ରାବତୀର ସୌମ୍ୟରଞ୍ଜନ ନାୟକ, ଆଉଁଳିଗୁମ୍ମାର ଶ୍ରୀପତି କର୍କରା ବୋଲି ସୂଚନା ମିଳିଛି। ଆହତମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କୋରାପୁଟକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ନବରଙ୍ଗପୁର ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe