ମରିଗଲା ମାନବିକତା: ଦୁର୍ଘଟଣାଗ୍ରସ୍ତ ଟ୍ରକରୁ କଦଳୀ ବୋହିନେଲେ, ଚାଳକଙ୍କୁ ଉଦ୍ଧାର କରିବା ଭୁଲିଗଲେ

Advertisment
ମରିଗଲା ମାନବିକତା: ଦୁର୍ଘଟଣାଗ୍ରସ୍ତ ଟ୍ରକରୁ କଦଳୀ ବୋହିନେଲେ, ଚାଳକଙ୍କୁ ଉଦ୍ଧାର କରିବା ଭୁଲିଗଲେ

କୁତ୍ରା: ସଡ଼କ ଦୁର୍ଘଟଣାରେ ଓଲଟି ପଡ଼ିଥିଲା କଦଳୀ ବୋଝେଇ ଟ୍ରକ। ଚାଳକ ଚାପି ହୋଇ ଚିତ୍କାର କରୁଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡି ଆସିଥିଲେ। କିନ୍ତୁ ଚାଳକଙ୍କୁ ମରଣ ମୁହଁରୁ ଉଦ୍ଧାର କରିବା ପରିବର୍ତ୍ତେ ବୋହିନେଲେ କାନ୍ଦି କାନ୍ଦି କଦଳୀ। କିଏ ବ୍ୟାଗରେ ତ କିଏ ଅଖାରେ କିଏ ପୁଣି ଟେମ୍ପୁ ଲଗାଇ ବୋହିନେଲେ। ପରେ ପୁଲିସ ଆସି ଚାଳକକୁ ଗ୍ୟାସ କଟର ଓ ଜେସିବି ଲଗାଇ ଉଦ୍ଧାର କରିଥିଲା।  ଅମାନବିକତାର ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ ୱେ କୁତ୍ରା ଗ୍ରାମଦେବତା ପୀଠ ସମ୍ମୁଖର।

ଦୁଇଟି କଦଳୀ ବୋଝେଇ ଟ୍ରକ୍ ମହାରାଷ୍ଟ୍ରରୁ ରାଞ୍ଚି ଯାଉଥିବା ବେଳେ ରାତିରେ ସେଠାରେ ଗାଡିଟିକୁ ଛିଡା କରିଥିଲେ। ତେବେ ଭୋରରୁ ଏକ ଟ୍ରେଲର ଆସି ଗାଡ଼ିଟିକୁ ଧକ୍କା ଦେଇଥିଲା ଫଳରେ ଦୁଇଟି ଯାକ ଟ୍ରକ୍ ଓଲଟି ପଡି ସବୁଯାକ କଦଳୀ ରାସ୍ତା ଉପରେ ପଡିଥିଲା ଏବଂ ଟ୍ରେଲର ଚାଳକ ଗାଡିଭିତରେ ହିଁ ଚାପିହୋଇ ରହି ଯାଇଥିଲେ । ଚାଳକଙ୍କ ଚିତ୍କାର ଶୁଣି ଲୋକେ ଘଟଣାସ୍ଥଳକୁ ଛୁଟି ଯାଇଥିଲେ। ସେମାନେ କଦଳୀ ବୋହି ପଳାଇଥିଲେ। କିନ୍ତୁ ଆହତ ଚାଳକଙ୍କୁ ଉଦ୍ଧାର କରିବା ଭୁଲି ଯାଇଥିଲେ। ଦୁର୍ଘଟଣାରେ ଟ୍ରଲର ଚାଳକ ଆହତ ହୋଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe