ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ କାକିରିଗୁମ୍ମା ଛକରେ ହାଇୱା ଓ ମୋଟର ସାଇକେଲ୍ ମଧ୍ୟରେ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାର ଖବର ମିଳିଛି। ଏଣେ ଆଉ ଜଣେ ଡାକ୍ତରଖାନାରେ ଚିକିତ୍ସିତ ହେଉଛିନ୍ତ।
ଲକ୍ଷ୍ମୀପୁର ବ୍ଲକ କାକିରିଗୁମ୍ମା ଛକରେ ହାଇୱା ଓ ମୋଟର ସାଇକେଲ୍ ମଧ୍ୟରେ ଧକ୍କା ହେବାରୁ ୩ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ବେଳେ କାକିରିଗୁମ୍ମା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କୋରାପୁଟ ଏସଏଲଏନ୍ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା।
ସୂଚନା ଅନୁଯାୟୀ, ଲକ୍ଷ୍ମୀପୁର କୋଡିଙ୍ଗାମାଳିରୁ ବକ୍ସାଇଟ ନେଇ କାକିରିଗୁମ୍ମା ରେଳଷ୍ଟେସନର ଡମ୍ପିଂ ସ୍ଥାନକୁ ହାଇୱା ଯାଉଥିବା ବେଳେ ଲକ୍ଷ୍ମୀପୁର ବ୍ଲକ ଡୋଳିଆମ୍ବା ଗାଁର ୩ ଜଣ ଯୁବକ ଦେଓମାଳି ପାହାଡ଼କୁ ବୁଲି ଫେରୁଥିବା ବେଳେ ହାଇୱା ସହ ଧକ୍କା ହୋଇଥିଲା। ଆହତମାନଙ୍କୁ ସଙ୍ଗେସଙ୍ଗେ କାକିରିଗୁମା ଡାକ୍ତରଖାନାରେ ଭର୍ତି କରାଯିବା ପରେ ଗୁରୁତର ଥିବାରୁ ସେମାନଙ୍କୁ କୋରାପୁଟ ପଠାଇଦିଆ ଯାଇଥିଲା। ସେଠାରେ ଆଜି ସକାଳେ ରାକେଶ ଗରଡ଼ା ଓ ଯଦୁମଣି ମହନଦୀୟଆଙ୍କ ମୃତ୍ୟୁ ଘଟିଛି।
Follow Us