ନେହେରୁ ବଙ୍ଗଳା ମାଛଧରା ବନ୍ଦରରେ ଅଘଟଣ: ଟ୍ରଲରରେ ଫାଟ ସୃଷ୍ଟି

ପାରାଦୀପ ନେହେରୁ ବଙ୍ଗଳା ମାଛଧରା ବନ୍ଦରରେ ଏକ ଅଘଟଣ ଘଟିଛି। ମାଛଧରା ବେସ୍ ଭିତରେ ବୋଟ୍ ବୁଲାଇବା ବେଳେ ସିମେଣ୍ଟ କଂକ୍ରିଟରେ ବୋଟ୍‌ର ତଳଭାଗ ପିଟି ହୋଇ ଯାଇଛି । ଟ୍ରଲରରେ ଫାଟ ସୃଷ୍ଟି ହୋଇ ଟ୍ରଲର ଭିତରକୁ ପାଣି ପଶିଥିଲା....

Accident at Nehru Bengal Fishing Harbour: Crack in trawler

Accident at Nehru Bengal Fishing Harbour: Crack in trawler Photograph: (sambad.in)

ପାରାଦୀପ: ପାରାଦୀପ ନେହେରୁ ବଙ୍ଗଳା ମାଛଧରା ବନ୍ଦରରେ ଏକ ଅଘଟଣ ଘଟିଛି। ମାଛଧରା ବେସ୍ ଭିତରେ ବୋଟ୍ ବୁଲାଇବା ବେଳେ ସିମେଣ୍ଟ କଂକ୍ରିଟରେ ବୋଟ୍‌ର ତଳଭାଗ ପିଟି ହୋଇ ଯାଇଛି । ଟ୍ରଲରରେ ଫାଟ ସୃଷ୍ଟି ହୋଇ ଟ୍ରଲର ଭିତରକୁ ପାଣି ପଶିଥିଲା। ମାଛଧରା ବନ୍ଦରର ୪ନଂ ଜେଟିରେ ଏହି ଘଟଣା ଘଟିଛି ।

ବୋଟ୍‌ରୁ ପାଣି କାଢ଼ି ଏହାକୁ ମରାମତି କରିବା ପାଇଁ  ପ୍ରୟାସ ଚାଲିଛି।  ବୋଟ୍‌ଟି ମାଛ ଧରିବା ପାଇଁ ସମୁଦ୍ରକୁ ଯିବାକୁ ପ୍ରସ୍ତୁତ ହୋଇଥିଲା। ଏଥିରେ ବରଫ ଓ ଜାଲ ସହିତ ଅନ୍ୟାନ୍ୟ ସାମଗ୍ରୀ ଭର୍ତ୍ତି କରାଯାଇ ଜେଟିରୁ ବୋଟ୍‌କୁ ବାହାର କରିବା ସମୟରେ ଏଭଳି ଅଘଟଣ ଘଟିଛି ।

ବୋଟ୍‌ରୁ ପାଣି ବାହାର କରିବା ପରେ ଏହାକୁ ଉପରକୁ ଅଣାଯାଇ ମରାମତି ପାଇଁ ପ୍ରୟାସ କରାଯାଉଛି। ଘଟଣାସ୍ଥଳରେ ମତ୍ସ୍ୟ ବିଭାଗର ଅଧିକାରୀ ପହଞ୍ଚି ବୋଟ୍‌କୁ ମରାମତି କରିବା ପାଇଁ ସହାୟତା ଆରମ୍ଭ କରିଛି।

Jagatsinghpur | Accident 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe