ବସ୍ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ: ଜଣେ ଗୁରୁତର, ୫୫ ନଂ ଜାତୀୟ ରାଜପଥ ଅବରୋଧ

Advertisment
ବସ୍ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ: ଜଣେ ଗୁରୁତର, ୫୫ ନଂ ଜାତୀୟ ରାଜପଥ  ଅବରୋଧ

ଓଡ଼ାପଡ଼ା: ଆଜି ସକାଳ ପ୍ରାୟ ୮ଟା ୩୦ ସମୟରେ ଗଉଡକାଟେଣି ସ୍ଥିତ ସତ୍ୟମ୍ ଶିବମ୍ ସୁନ୍ଦରମ୍ ମହାବିଦ୍ୟାଳୟର ଦୁଇ ଜଣ ଛାତ୍ରୀ  ସ୍କୁଟିରେ ବେଲପଡ଼ା ଗ୍ରାମରୁ କଲେଜ ଯାଉଥିବା ବେଳେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ସୂଚନା ଅନୁଯାୟୀ,  ୫୫ ନଂ ଜାତୀୟ ରାଜପଥ ଉପରବାଘଲୁଣ୍ଡା ଗ୍ରାମ ନିକଟରେ ପଛପଟରୁ ଆସୁଥିବା ଏକ ବସ୍‌ ଦୁଇ ଛାତ୍ରୀ ଯାଉଥିବା ସ୍କୁଟିକୁ ଧକ୍କା ଦେବାରୁ ଉଭୟେ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ।

ସେମାନଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଓଡ଼ାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ଉଦ୍‌ବେଗଜନକ ଥିବାରୁ ସେଠାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ଢେଙ୍କାନାଳ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଇସ୍ପିତା ବରାଳ ନାମକ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ଛାତ୍ରୀଙ୍କ ହାତ ଭାଙ୍ଗି ଯାଇଥିବା ଜଣାପଡିଛି। ଦୁର୍ଘଟଣା ପରେ ଛାତ୍ରଛାତ୍ରୀମାନେ ୫୫ ନଂ ଜାତୀୟ ରାଜପଥର ଦୁଘଟଣା ଘଟିଥିବା ସ୍ଥାନରେ, କଲେଜ ସମ୍ମୁଖରେ ଓ ଗୁଡିଆକାଟେଣି ଛକ ନିକଟରେ ଏହି ପରି ତିନୋଟି ସ୍ଥାନରେ ରାସ୍ତାରୋକ ଆନ୍ଦୋଳନ କରିଥିଲେ।

ଖବରପାଇ ମୋଟଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ଆନ୍ଦୋଳନ ହଟିଥିଲା। ପ୍ରାୟ ୩ ଘଣ୍ଟା ୩୦ ମନିଟ୍‌ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରୁ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe