ଟ୍ରକ୍- ବାଇକ୍ ମୁହାଁମୁହିଁ ଧକ୍କା: ୨ ମୃତ

Advertisment
ଟ୍ରକ୍- ବାଇକ୍ ମୁହାଁମୁହିଁ ଧକ୍କା: ୨ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମୁଣ୍ଡେଇଲ ଛକ ନିକଟରେ ଟ୍ରକ ବାଇକ ମୁହାଁମୁହିଁ ଧକ୍କାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ଜଣେ ପରଜଙ୍ଗ ଥାନା କନ୍ତୁରୁ ଗ୍ରାମର ମାମୁଦ ସାହୁ ଓ ଅନ୍ୟ ଜଣେ ହେଉଛନ୍ତି ଆଠଗଡ ଧାଇପୁର ଗ୍ରାମର ତାପସ ମହାରଣା। ଉଭୟ ଏକ ବାଇକ ଯୋଗେ ଯାଉଥିବା ବେଳେ ତାଳଚେର ଆଡୁ କୋଇଲା ବୋଝେଇ ହୋଇ ଆସୁଥିବା ଟ୍ରକଟି ଧକ୍କା ଦେଇଥିଲା।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ୧୦୮ ଆମ୍ବୁ୍ଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲକୁ ଅଣାଯାଇଥିବା ବେଳେ ଡାକ୍ତର ସେଠାରେ  ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ପୁଲିସ ପହଞ୍ଚି ଟ୍ରକକୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe