ପିପିଲି ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସ୍କୁଟିକୁ ପିଟିଲା ଡାଲା ଅଟୋ, ଦୁଇ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ

ପିପିଲି ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସ୍କୁଟିକୁ ପିଟିଲା ଡାଲା ଅଟୋ, ଦୁଇ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ

ପିପିଲି: ପୁରୀ ଜିଲ୍ଲାର ପିପିଲି ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ଦୁଇଜଣ ଶିକ୍ଷୟିତ୍ରୀଙ୍କର ମୃତ୍ୟୁ ଘଟିଛି। ଏ ଦୁହେଁ ସଂପର୍କରେ ମାଉସୀ-ଝିଆରୀ ବୋଲି ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳେ ଦାଣ୍ଡମୁକୁନ୍ଦପୁରର ପୀତବାସ ୟୁଜି ଏମ୍ଇ ସ୍କୁଲରେ କାର୍ଯ୍ୟ କରୁଥିବା ଦୁଇ ଶିକ୍ଷୟିତ୍ରୀ ସ୍ନେହଲତା ସାହୁ(୪୨) ଏବଂ ଶୁଭଲକ୍ଷ୍ମୀ ପରିଡ଼ା(୩୨) ପ୍ରତିଦିନ ଭଳି ଆଜି ବି ଏକ ସ୍କୁଟିରେ ବିଦ୍ୟାଳୟକୁ ଯାଉଥିଲେ। ସକାଳ ପାଖାପାଖି ୭ଟା ବେଳେ ସେ ଦୁହେଁ ପୀତବାସ ୟୁଜି ଏମ୍ଇ ସ୍କୁଲଠାରୁ ମାତ୍ର ଏକ କିଲୋମିଟର ଦୂରରେ ଯାଉଥିବା ବେଳେ ସାମ୍ନା ପଟୁ ଏକ ଡାଲା ଅଟୋ ସ୍କୁଟିକୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ଶୁଭଲକ୍ଷ୍ମୀ ପରିଡ଼ାଙ୍କର ପ୍ରାଣହାନି ଘଟିଥିଲା।

ସ୍ଥାନୀୟ ଲୋକେ ଏହା ଦେଖି ଗୁରୁତର ଆହତ ସ୍ନେହଲତାଙ୍କୁ ଭୁବନେଶ୍ବରର କ୍ୟାପିଟାଲ୍ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।publive-image
ମୃତକ ସ୍ନେହଲତା ସାହୁଙ୍କ ଘର ପିପିଲିର ନୀଳକଣ୍ଠନଗରରେ ଏବଂ ଶୁଭଲକ୍ଷ୍ମୀ ପରିଡ଼ାଙ୍କ ଘର ପିପିଲିର ବ୍ଲକ୍ ଛକ ନିକଟରେ ବୋଲି ଜଣାଯାଇଛି।
ଅପରପକ୍ଷରେ ଦୁର୍ଘଟଣା ଘଟାଇ ଗାଡ଼ି ଚାଳକ ଫେରାର୍ ହେବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ହାତୀ ନାଆଁରେ ଜଣାଶୁଣା ଜନୈକ କନେଷ୍ଟବଳ କାବୁ କରିଥିଲେ। ଗାଡ଼ି ଚାଳକଙ୍କୁ ପୁଲିସ୍ ପିପିଲି ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe