ସକାଳୁ ସକାଳୁ କୁଆଖିଆ ଓ ପିପିଲିରେ ସଡ଼କ ଦୁର୍ଘଟଣା: ଚାଲିଗଲା ଦୁଇଜଣଙ୍କ ଜୀବନ

ସକାଳୁ ସକାଳୁ କୁଆଖିଆ ଓ ପିପିଲିରେ ସଡ଼କ ଦୁର୍ଘଟଣା: ଚାଲିଗଲା ଦୁଇଜଣଙ୍କ ଜୀବନ

ଯାଜପୁର/ପୁରୀ : ଆଜି ସକାଳେ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଏଥିରେ ଦୁଇଜଣଙ୍କ ପ୍ରାଣହାନି ଘଟିଛି। ସୂଚନା ଅନୁଯାୟୀ, ୧୬ ନଂ ଜାତୀୟ ରାଜପଥର କୁଆଖିଆଠାରେ ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଲଷ୍ମୀନାରାୟଣପୁର ଅଞ୍ଚଳର ପରେଶ କୁମାର ଦାଶ(୨୩)। ସେ କେନ୍ଦୁଝର ଆନନ୍ଦପୁର ମଣିପୁରମ ଗୋଲଡ଼ ଲୋନର କର୍ମଚାରୀ ଭାବେ କାଯ୍ୟ କରୁଥିଲେ। ସେ ମଙ୍ଗଳବାର ଦିନ ସାଙ୍ଗ ବାହାଘର ପାଇଁ ଛୁଟି ନେଇ ଯାଇଥିଲେ। ଆଜି ସେ ଭୋରୁ ବାହାଘର ସାରି କର୍ମସ୍ଥଳୀ ଆନନ୍ଦପୁରକୁ ଫେରୁଥିଲେ। ତେବେ କୌଣସି କାରଣରୁ ତାଙ୍କର ଟ୍ରକ୍ ସହ ଧକ୍କା ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। କୁଆଖିଆ ପୁଲିସ ମୃତଦେହ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

publive-image

ପଦ୍ମାବତୀ ବସ୍ ଧକ୍କାରେ ବୃଦ୍ଧ ମୃତ
ପୁରୀ -ଭୁବନେଶ୍ୱର ଜାତୀୟ ରାଜପଥ ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁରଠାରେ ପଦ୍ମାବତୀ ବସ୍ ଧକ୍କାରେ ମାଳିଗୋପାଳି ଗାଁର ଫଗୁ ବେହେରା(୬୦)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ରାସ୍ତାରୋକ ହୋଇଛି। ପିପିଲି ଥାନା ପୁଲିସ ଶବକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe