କଟକ –ଚାନ୍ଦବାଲି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ପୀର ବଜାର ନିକଟରେ ଦୁଇ ବାଇକ୍ ଅରୋହୀଙ୍କର ମୃତ୍ୟୁ

Advertisment
କଟକ –ଚାନ୍ଦବାଲି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ପୀର ବଜାର ନିକଟରେ ଦୁଇ ବାଇକ୍ ଅରୋହୀଙ୍କର ମୃତ୍ୟୁ

କଟକ: କଟକ –ଚାନ୍ଦବାଲି ରାସ୍ତାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। କଟକ –ଚାନ୍ଦବାଲି ରାସ୍ତାରେ ଥିବା ପୀର ବଜାର ନିକଟରେ ଏକ ଟ୍ରକ୍ ବାଇକ ଉପରେ ମାଡ଼ିଯିବାରୁ ଘଟଣା ସ୍ଥଳରେ, ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଜଗତପୁରଠାରୁ ମାତ୍ର ତିନି କିଲୋମିଟର ଦୂରତାରେ ଘଟିଛି ଏହି  ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇଜଣଙ୍କ ମଧ୍ୟରୁ ଜଣେ ମୃତକଙ୍କ ପରିଚୟ ମିଳିଛି। ସେ ହେଲେ ସତ୍ୟଜିତ ପାତ୍ର(୨୪) ଏବଂ ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକାରେ ବୋଲି ଜଣାଯାଇଛି l ଅନ୍ୟଜଣଙ୍କର ପରିଚୟ ମିଳିନାହିଁ। ଏକ ପିସିଆର୍ ଭ୍ୟାନ୍ ଜରିମାନା ଆଦାୟ କରୁଥିବାର ଦେଖି ବାଇକ୍ ଆରୋହୀ ଜୋରରେ ଗାଡ଼ି ଚଳାଇ ଚାଲିବାକୁ ଉଦ୍ୟମ କରୁଥିବା ବେଳେ ଉକ୍ତ ବାଇକ୍ ଉପରକୁ ଟ୍ରକଟି ଚଢ଼ିଯାଇଥିଲା। publive-image

ତେବେ ଏହି ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଚାଳକ ଫେରାର୍ ହୋଇଯାଇଥିବା କୁହାଯାଉଛି। କିନ୍ତୁ ଘଟଣାସ୍ଥଳରୁ ପୁଲିସ୍ ଟ୍ରକକୁ ଜବତ କରିଥିବା ଜଣାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୁଲିସ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe