ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡରେ ଦୁର୍ଘଟଣା: ଦୁଇ ମୃତ, ୧୨ ଆହତ

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡରେ ଦୁର୍ଘଟଣା: ଦୁଇ ମୃତ, ୧୨ ଆହତ

ପୁରୀ: ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୨ ଜଣ ଆହତ ହୋଇଥିବା ଜଣାଯାଇଛି। ଦୁଇ ମୃତକ ହେଲେ ଅଟୋଚାଳକ ଓ ସେଥିରେ ବସିଥିବା ମହିଳା ଯାତ୍ରୀ। ଆହତଙ୍କ ମଧ୍ୟରୁ ୭ ଗୁରୁତର ଥିବା କୁହାଯାଉଛି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି।

publive-image

ସୂଚନା ଅନୁଯାୟୀ, ଆନ୍ଧ୍ରରୁ ପର୍ଯ୍ୟଟକଙ୍କୁ ନେଇ ଆସିଥିବା କାର୍ ସହ ଅଟୋର ଧକ୍କା ହୋଇଥିଲା। ପର୍ଯ୍ୟଟକମାନେ କୋଣାର୍କ ଭ୍ରମଣ କରି ଜଗା ଦର୍ଶନ ଲାଗି ପୁରୀ ଆସୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe