ପାର୍କିଂ ଥିବା ଟ୍ରକକୁ ଧକ୍କା ଦେଲା ବାଇକ୍: ଦୁଇ ମୃତ, ଜଣେ ଗୁରୁତର

Advertisment
ଡାଳ ପଡ଼ି ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

prmmch.nic.in

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୋପାଳପୁର ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ମହିସାନେଦା ଗ୍ରାମର ଭାଗନ ମୁର୍ମୁ, ତାଙ୍କ ସାଙ୍ଗ ଶ୍ୟାମ ମୁର୍ମୁ ଓ ଦିପୁ ସୋରେନ ଜଶିପୁର ନିକଟସ୍ଥ ଏଦେଲବେଡ଼ା ଗ୍ରାମକୁ ଯାଉଥିବା ସମୟରେ ରାଞ୍ଚି-ବିଜୟବାଡା ୨୨୦ ନଂ ଜାତୀୟ ରାଜପଥରେ ବ୍ରେକଡାଉନ ହୋଇ ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିଲା । ତେବେ ବାଇକ ଆରୋହୀମାନେ ଅନ୍ୟ ଏକ ଟ୍ରକକୁ ସାଇଡ୍ ଦେବାକୁ ଯାଇ ପାର୍କିଂ ଥିବା ଟ୍ରକକୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଭାଗନ ଓ ଶ୍ୟାମଙ୍କ ମୃତ୍ୟୁ ଘଟିଥିଲା।

ଗୁରୁତର ଥିବା ଦିପୁକୁ ଉଦ୍ଧାର କରି ପ୍ରଥମେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ଘଟଣାର ଅଧିକ ତଦନ୍ତ କରୁଛି। ତେବେ ଜାତୀୟ ରାଜପଥ କଡ଼ରେ ପାର୍କିଂ ପାଇଁ ଜାଗା ନଥିଲେ ମଧ୍ୟ ଲୁହାପଥର ବୋଝେଇ ଟ୍ରକଗୁଡ଼ିକ ପ୍ରତିଦିନ ରଖୁଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି। ସୂଚନାଯୋଗ୍ୟ ଯେ ଗତ କିଛିଦିନ ପୂର୍ବରୁ ଜାତୀୟ ରାଜପଥର ଭାଲୁବସା ନିକଟରେ ମଧ୍ୟ ପାର୍କିଂ ଥିବା ଟ୍ରକକୁ ଧକ୍କା ଦେବାରୁ ଭାଇ ଭଉଣୀ ଗୁରୁତର ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe