ଜଗାଦର୍ଶନ ପାଇଁ ଯାଉଥିଲେ, ରାଣୀତାଲ ଛକ ନିକଟରେ ଜଗିଥିଲା ଯମ

Advertisment

ଦୁଇଜଣଙ୍କ ପ୍ରାଣହାନି, ୨ ଗୁରୁତର

ଦୁଇଜଣଙ୍କ ପ୍ରାଣହାନି, ୨ ଗୁରୁତର

ଜଗାଦର୍ଶନ ପାଇଁ ଯାଉଥିଲେ, ରାଣୀତାଲ ଛକ ନିକଟରେ ଜଗିଥିଲା ଯମ

ରାଣୀତାଲ: ଜଗାଦର୍ଶନ ପାଇଁ ଯାଉଥିଲେ। ରାଣୀତାଲ ଛକ ନିକଟରେ ଜଗିଥିଲା ଯମ। ଦୁଇଜଣଙ୍କୁ ସାଙ୍ଗରେ ନେଇଗଲା ଯମ। ଭଦ୍ରକ ଜିଲ୍ଲା ରାଣୀତାଲ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ପ୍ରାଣହାନି ଘଟିଛି। ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୫ଟା ସମୟରେ ପଶ୍ଚିମବଙ୍ଗରୁ ପୁରୀ ଯାଉଥିବା ଏକ କାର୍ (ଓଡି-୦୫ ଜେଡ ୭୨୦୭) ରାଣୀତଲ ଛକ ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ଏହାଫଳରେ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

publive-image

କାରରେ ମୋଟ୍ ୪ଜଣ ଥିଲେ। ସେମାନଙ୍କ ମଧ୍ୟରୁ ଅନ୍ୟ ୩ଜଣ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ନେବା ସମୟରେ ଆଉ ଜଣଙ୍କର ପ୍ରାଣହାନି ଘଟିଥିଲା। ଦୁଇ ଗୁରୁତର ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe