ମାମୁଘରୁ ଫେରୁଥିବା ବେଳେ ଦୁର୍ଘଟଣାରେ ଯୁବକ ମୃତ

Advertisment
ଶିକାର ହୋଇଗଲେ ଶିକାରୀ

www.indiatoday.in

ରିଆମାଳ: କୁଣ୍ଢେଇଗୋଳା ଥାନା କଣ୍ଟାବାହାଲ ଗ୍ରାମ ପଂଚାୟତ ଅନ୍ତର୍ଗତ ଗଜରିବଣୀ ଗ୍ରାମର ଜଣେ ଯୁବକ ଗତକାଲି ରାତିରେ ନିଜ ମାମୁଘରେ ବିବାହଭୋଜି ଖାଇସାରି ନିଜ ଘରକୁ ବାଇକ ଯୋଗେ ଫେରୁଥିବା ବେଳେ ଧିରମୁଣ୍ଡା କ୍ରସର ନିକଟରେ ଭାରସାମ୍ୟ ହରାଇବାରୁ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁବରଣ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ ଗଜରିବଣୀ ଗ୍ରାମର ମନୁ ନାୟକଙ୍କ ପୁତ୍ର ତ୍ରିନାଥ ନାୟକ(୩୦) ନିଜର ବାଇକ ହିରୋହୁଣ୍ଡା ଏଚ.ଏଫ ଡିଲକ୍ସ (ଓଡି-୨୮ଏ-୫୫୫୦) ଯୋଗେ ନିଜ ମାମୁ ଘର ଖିଣ୍ଡୋ ଗ୍ରାମରୁ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଗତକାଲି ରାତି ୧୨ଟା ବେଳକୁ ନିଜ ଘରକୁ ଫେରୁଥିବା ବେଳେ ଧିରମୁଣ୍ଡା କ୍ରସର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସେ ଭାରସାମ୍ୟ ହରାଇବାରୁ ଏକ ପଥରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଏହାଫଳରେ ତ୍ରିନାଥଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲ।
କୌଣସି ସୂତ୍ରରୁ ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe