ଚଳନ୍ତା ଟ୍ରେଲର ପଛରେ ପିଟି ହେଲା ସ୍କର୍ପିଓ: ଦୁଇଜଣଙ୍କର ମୃତ୍ୟୁ, ୨ ଗୁରୁତର

ଦମ୍ପତିଙ୍କୁ ଗଳାକାଟି ହତ୍ୟା ଘଟଣା: ଅଭିଯୁକ୍ତ ସାନଭାଇ ଓ ସହଯୋଗୀ ଗିରଫ

ସୋର: ବାଲେଶ୍ବର ଜିଲ୍ଲାର ସୋର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏକ ଚଳନ୍ତା ଟ୍ରେଲର ପଛରେ ଏକ ସ୍କର୍ପିଓ କାର୍ ପିଟି ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ୨ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋାର ସମୟରେ ପଶ୍ଚିମବଙ୍ଗର ମୁକୁନ୍ଦପୁର ଅଞ୍ଚଳରୁ ଏକ ସ୍କର୍ପିଓ କାରରେ ଦୁଇଜଣ ରୋଗୀ କଟକର ଏସସିବି ମେଡିକାଲକୁ ଆସୁଥିଲେ। ସୋରର କଲେଜ୍ ଛକ ନିକଟରେ ଏହି ସ୍କର୍ପିଓ କାରଟି ଏକ ଚଳନ୍ତା ଟ୍ରେଲର ପଛରେ ପିଟି ହୋଇଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣଙ୍କର  ମୃତ୍ୟୁ ଘଟିଥିଲା। ଦୁଇ ମୃତକଙ୍କ ନାମ ସେକ୍ ମୁର୍ତ୍ତାଜା ଓ ଜମାଲ୍ ଶାହା ବୋଲି ଜଣାପଡ଼ିଛି।

ଖବର ପାଇ ଘଟଣାସ୍ଥଳରେ ସୋର ଥାନା ପୁଲିସ୍ ପହଞ୍ଚି ସ୍କର୍ପିଓ କାରର ଚାଳକକୁ ଥାନାକୁ ଆଣି ଅଟକ ରଖିଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ଦୁଇଜଣଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଚିକିତ୍ସିତ କରାଯାଇଥିଲା  ଏବଂ ପରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe