ସ୍ପଞ ଆଇରନ କାରଖାନାରେ ଦୁର୍ଘଟଣା: ଜଣେ ମୃତ, ୩ ଗୁରୁତର

Advertisment
ସ୍ପଞ ଆଇରନ କାରଖାନାରେ ଦୁର୍ଘଟଣା: ଜଣେ ମୃତ, ୩ ଗୁରୁତର

ଦେଓଗଡ଼: ସ୍ପଞ ଆଇରନ କାରଖାନାରେ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ୩ଜଣ ଗୁରୁତର ଆହତ ହୋଇଛନ୍ତି। କୋଲାଵିରା ଥାନା ଅନ୍ତର୍ଗତ ରଘୁନାଥପାଳି ପଞ୍ଚାୟତର କପାଗୁଡାଠାରେ ଥିବା ସ୍ପଞ ଆଇରନ କାରଖାନା ଜୟ ହନୁମାନ ଉଦ୍ୟୋଗ ଲିମିଟେଡରେ ଏଭଳି ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜନୈକ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ବୁଧବାର ରାତି ୩ ଟାରେ କାରଖାନାର ଏକ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ହିଁ ସୁରକ୍ଷାକର୍ମୀ ଵଉଦ ନିବାସୀ ଶୈଳେଶ ସାହୁ (୨୨)ଙ୍କ ମୃତ୍ୟୁ ହୋଇଥିଲା । ତେବେ ଗୁରୁତର ଅଵସ୍ଥାରେ ଆଉ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି । ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ତାଙ୍କୁ ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ଜଣାପଡିଛି । ଅନ୍ୟ ଦୁଇ ଜଣଙ୍କୁ ଝାରସୁଗୁଡା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିବା ନେଇ ଖବର ମିଲିଛି । ତେବେ ଦୁର୍ଘଟଣାର କାରଣ ନେଇ କାରଖାନା କର୍ତ୍ତୃପକ୍ଷ ସ୍ପଷ୍ଟ କିଛି କହି ପାରୁ ନଥିବା ଵେଳେ କୋଲାଵିରା ପୁଲିସ ମାମଲା ରଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe