ଶ୍ରୀକଲା ଘାଟିରେ ଦୁର୍ଘଟଣା, ୩ ମୃତ

Advertisment

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି - ରାଇକିଆ ମୁଖ୍ୟରାସ୍ତା ଶ୍ରୀକଲା ଘାଟି ଦାରାମାହାରେ ଆଜି ରାତି ସାଢ଼େ ୮ଟା ବେଳେ ଏକ ବାଇକ୍‌ ଓ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ତିନି ବାଇକ୍‌ ଆରୋହୀ ପ୍ରାଣ ହରାଇଛନ୍ତି।

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି - ରାଇକିଆ ମୁଖ୍ୟରାସ୍ତା ଶ୍ରୀକଲା ଘାଟି ଦାରାମାହାରେ ଆଜି ରାତି ସାଢ଼େ ୮ଟା ବେଳେ ଏକ ବାଇକ୍‌ ଓ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ତିନି ବାଇକ୍‌ ଆରୋହୀ ପ୍ରାଣ ହରାଇଛନ୍ତି।

ddfdfvc

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି - ରାଇକିଆ ମୁଖ୍ୟରାସ୍ତା ଶ୍ରୀକଲା ଘାଟି ଦାରାମାହାରେ ଆଜି ରାତି ସାଢ଼େ ୮ଟା ବେଳେ ଏକ ବାଇକ୍‌ ଓ କାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ତିନି ବାଇକ୍‌ ଆରୋହୀ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ କଳିଙ୍ଗା ପଞ୍ଚ‌ାୟତର ଶୁଭମ୍‌ ନାୟକ, ଗଦିଙ୍ଗିଆ ଗ୍ରାମର ଶଙ୍କର ପ୍ରଧାନ ଏବଂ ଶ୍ରୀହରି ପ୍ରଧାନ। ସୂଚନା ଅନୁସାରେ, ତିନି ଜଣଯାକ ଏକ ବାଇକ୍‌ (ଓଡ଼ି- ୧୯ଏଚ- ୪୨୯୫) ଯୋଗେ କତିଙ୍ଗିଆଠାରୁ ଆସୁଥିବା ବେଳେ ଘୁ.ଉଦୟଗିରି ପଟୁ ରାଇକିଆ ଅଭିମୁଖେ ଯାଉଥିବା ୱାଗନର୍‌ କାର୍‌ (ଓଡ଼ି-୧୨-୭୩୭୪) ସହ ମୁହାଁମୁହିଁ ଧକ୍କା ହୋଇଥିଲା।

କାର୍‌ ସମ୍ମୁଖରେ ଧକ୍କା ହୋଇ ବାଇକ୍‌ରେ ବସିଥିବା ଦୁଇ ଯୁବକ ଛିଟିକି ପଡ଼ିଥିବା ବେଳେ ଜଣେ କାର୍‌ ତଳେ ଚାପି ହୋଇ ଯାଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାର୍‌ ତଳୁ ମୃତ ଯୁବକଙ୍କୁ ଉଦ୍ଧାର କରିଥିଲେ। ରାସ୍ତା ଉପରେ ଛିଟିକି ପଡ଼ିଥିବା ଦୁଇ ଜଣଙ୍କ ମୁଣ୍ଡରେ ଗଭୀର ଆଘାତ ସହ ଅତ୍ୟଧିକ ରକ୍ତସ୍ରାବ କାରଣରୁ ସେମାନଙ୍କର ବି ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।  ଘଟଣାସ୍ଥଳରେ ଆଇଆଇସି ବିଜୟ କୁମାର ସ୍ୱାଇଁ ସଦଳବଳେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଦୁର୍ଘଟଣା ଖବର ପାଇ ମୃତକଙ୍କ ପରିବାର ଲୋକେ ମଧ୍ୟ ପହଞ୍ଚିଛନ୍ତି। କାର୍‌ ଚାଳକ ଓ ଅନ୍ୟ ଜଣକୁ ପୁଲିସ ଥାନାରେ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe