ଆନନ୍ଦପୁର-ଭଦ୍ରକ ୫୩ ନଂ ରାଜ୍ୟ ରାଜପଥରେ ବାଇକ ଉପରେ ଚଢ଼ିଗଲା ଟ୍ରକ୍: ଚାଲିଗଲା ଦୁଇ ଆରୋହୀଙ୍କ ଜୀବନ

Advertisment
ଆନନ୍ଦପୁର-ଭଦ୍ରକ ୫୩ ନଂ ରାଜ୍ୟ ରାଜପଥରେ ବାଇକ ଉପରେ ଚଢ଼ିଗଲା ଟ୍ରକ୍: ଚାଲିଗଲା ଦୁଇ ଆରୋହୀଙ୍କ ଜୀବନ

ହାଟଡିହି: ଆନନ୍ଦପୁର- ଭଦ୍ରକ ୫୩ ନଂ ରାଜ୍ୟ ରାଜପଥର ଚଣ୍ଡୀ ବିରଞ୍ଚିପୁର ଛକ ନିକଟରେ ବାଇକ ଉପରେ ଚଢ଼ିଗଲା ଟ୍ରକ୍। ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି।

ସୂଚନାରୁ ଜଣାଯାଇଛି କି ଆଜି ଦିନ ୧୧ଟା ବେଳେ ଦୁଇଜଣ ବାଇକ ଆରୋହୀ ଦ୍ରୁତଗତିରେ ଆନନ୍ଦପୁର ପଟୁ ଭଦ୍ରକ ଆଡ଼କୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ସମ୍ମୁଖରୁ ଆସୁଥିବା ଟ୍ରକ ସାମନାକୁ ଆସିଯାଇଥିଲେ। ଫଳରେ ଟ୍ରକଟି ବାଇକ ଉପରେ ଚଢ଼ି ଯାଇଥିଲା। ବାଇକ ଆରୋହୀ ଦୁଇ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ବେଳେ ନନ୍ଦିପଦା ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ମୃତଦେହକୁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe