ବାଇକକୁ ପିଟିଲା ଟ୍ରକ: ଦୁଇ ମୃତ, ଘଟଣାସ୍ଥଳରେ ଉତ୍ତେଜନା

Advertisment
ବାଇକକୁ ପିଟିଲା ଟ୍ରକ: ଦୁଇ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ବାଉଁଶୁଣି: ୫୭ ନମ୍ବର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ତାଳସରଡ଼ା ନିକଟରେ ଏକ ବାଇକକୁ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ କେଶବ ପେରା ତାଙ୍କ ସମୁଦୁଣୀ ଋକ୍ମଣି ରଣବିଡ଼ାଙ୍କୁ ବାଇକରେ ବସାଇ ସୋନପୁର ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ କେଶବଙ୍କ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଉଭୟ ସମୁଦି ଓ ସମୁଦୁଣୀଙ୍କ ମୃତ୍ୟୁ ହୋଇଥିଲା।

ଖବର ପ୍ରଚାରିତ ହେଲା ପରେ ମୃତକଙ୍କ ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ଟ୍ରକ ଡ୍ରାଇଭରକୁ ମାଡ଼ ମାରୁଥିବା ବେଳେ ଖବର ପାଇ ବାଉଁଶୁଣି ଥାନା ପୁଲିସ ସେଠାରେ ପହଞ୍ଚି  ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଡ୍ରାଇଭରକୁ ବଞ୍ଚାଇବାକୁ ଚେଷ୍ଟା କରିବା ଯୋଗୁଁ ଲୋକଙ୍କ ସହିତ ପୁଲିସର ଧସ୍ତାଧସ୍ତି ଓ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଛି। ତେବେ ସେଠାରେ ଉତ୍ତେଜନା ଲାଗି ରହିଥିବା ବେଳେ ମୃତକଙ୍କ ପରିବାର ଓ ଗ୍ରାମବାସୀମାନେ କ୍ଷତିପୂରଣ ଦାବିରେ ଶବ ରଖି ରାଜପଥକୁ ଅବରୋଧ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe