ତପ୍ତପାଣି ଘାଟି ତଳକୁ ଖସିଲା ହଳଦୀ ବୋଝେଇ ଟ୍ରକ୍: ହେଲପର୍ ମୃତ, ଡ୍ରାଇଭର୍ ଫେରାର

Advertisment
ଝିଅ ଘରୁ ସାବିତ୍ରୀ ଭାର ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ବାପା ମୃତ

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ଯୋକରାପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ମୋହନା(ଗଜପତି)ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ହଳଦୀ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଟ୍ରକ୍ ଟି ଘାଟି ତଳକୁ ଖସି ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ହେଲପରଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଫେରାର ହୋଇଥିବା ଜଣାଯାଇଛି। ମୃତକଙ୍କ ନାଁ ସୁରେଶ କୁମାର ଗୁରୁ। ତାଙ୍କ ଘର ନୟାଗଡ଼ ଜିଲ୍ଲାର ସରପଡ଼ାରେ।
ଖବର ପାଇ ପାଟପୁର ଥାନା ପୁଲିସ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe