ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଆରୋହୀ ମୃତ

Advertisment
ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଆରୋହୀ ମୃତ

Argus News

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଲଖନା ଥାନା ଘାଟିପଡ଼ାଠାରେ  ସୋମବାର ରାତି ୧୦ଟାରେ ଟ୍ରକ୍‌ ପଛପଟେ ବାଇକ୍‌ ପିଟି ହେବାରୁ ଆରୋହୀ ଦୀ‌ନେଶ ତାଣ୍ଡି (୨୭ବର୍ଷ)ଙ୍କ ମୃତ୍ୟୁ ଘଟିଛି। ନୂଆପଡ଼ା ଏନ୍‌ଏସି ଅନ୍ତର୍ଗତ ସିରତୋଲର ଦୀନେଶ ବାଇକ୍‌ (ସିଜି ୦୪ କେଟି ୦୭୪୪)ରେ ଘାଟିପଡ଼ାର ଜଣେ ବ୍ୟକ୍ତିଙ୍କୁ ଛାଡ଼ି ଘରକୁ ଫେରୁଥିଲେ।

ଘାଟିପଡ଼ା ଛକ ନିକଟରେ ଏକ ଟ୍ରକ୍‌ ପଛପଟେ ତାଙ୍କ ବାଇକ୍‌ ପିଟି ହୋଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଆମ୍ବୁଲାନ୍ସ ଯୋଗ‌େ ତାଙ୍କୁ ଚିକିତ୍ସା ପାଇଁ ନୂଆପଡ଼ା ମୁଖ୍ୟ ଡାକ୍ତରଖାନକୁ ଅଣାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଲଖନା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌କୁ ଜବତ କରିବା ସହ ଏକ ମାମଲା ରୁଜୁ କରିଛି। ମଙ୍ଗଳବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଥାନା ଅଧିକାରୀ ଗୁରୁଦେବ କର୍ମୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe