ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ବାଇକ୍ ଚାଳକ ମୃତ

ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ବ୍ରଜରାଜନଗର: ମଙ୍ଗଳବାର ରାତି ପ୍ରାୟ ୯ଟା ବେଳେ ୪୯ ନମ୍ବର ଜାତୀୟ ରାଜପଥ ଗୌରପଡ଼ା ନିକଟରେ ଲଖନପୁର ଦିଗରେ ଯାଉଥିବା ଏକ ବାଇକକୁ ବିପରୀତ ଦିଗରୁ ଆସୁଥିବା ଏକ ମିନିଟ୍ରକ୍(ଓଡି ୨୩ ଜି ୪୦୮୩) ଧକ୍କା ଦେବା ଫଳରେ ବାଇକ(ଓଡ଼ି ୨୩ ଏଫ ୫୯୫୭) ଆରୋହୀ ଗୁରୁତର ଆହତ ହୋଇଥିଲେ।

ତାଙ୍କୁ ଚିକିତ୍ସା ପାଇଁ ଟିଆରଏଲ କ୍ରୋସାକି ହସ୍ପିଟାଲକୁ ନିଆଯାଇ ଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଚାନ୍ଦିନୀମାଲର ମହେନ୍ଦ୍ର ପ୍ରଧାନ(୩୩)।ଖବରପାଇ ବେଲପାହାଡ଼ ପୁଲିସ ହସ୍ପିଟାଲରେ ପହଞ୍ଚି ଶବ ଜବତ କରିଛି। ମିନି ଟ୍ରକଟିକୁ ପୁଲିସ ଜବତ କରିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe