ଦୁର୍ଘଟଣାରେ ବାଇକ୍‌ ଆରୋହୀ ମୃତ

Advertisment
ଦୁଇଟି ବାଇକ୍‌କୁ ଧକ୍କା ଦେଲା ପିକ୍ଅପ୍: ପୁତୁରା ମୃତ

iStock

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କଣ୍ଟାବାହାଳସ୍ଥିତ  ୪୯ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସୁନ୍ଦରଗଡ ଜିଲ୍ଲା ରାଉରକେଲା କୋତ୍ରା ଅଞ୍ଚଳର ଶୁଭମ୍ ବିଶ୍ରା (୨୫)। ଶୁଭମ୍ କେନ୍ଦୁଝରସ୍ଥିତ ସରକାରୀ ଡିଗ୍ରି ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ସୋମବାର (ଓଡ଼ି ୨୩ କେ ୬୨୦୦) ନମ୍ବର ବିଶିଷ୍ଟ ବାଇକ୍ ଯୋଗେ ଘରୁ କେନ୍ଦୁଝର ଅଭିମୁଖେ ଆସୁଥିଲେ।

ଭାରସାମ୍ୟ ହରାଇ କଣ୍ଟାବାହାଳ ନିକଟସ୍ଥ ରାସ୍ତା କଡ଼ ପୋଲରେ ଦୁର୍ଘଟଣା ଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲେ।  ସ୍ଥାନୀୟ ଲୋକ ଓ ପୁଲିସ ପ୍ରଶାସନ ସହାୟତାରେ ଶୁଭମ୍ ଙ୍କୁ ପୋଲ ତଳୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଏ ସମ୍ପର୍କରେ ମୃତକଙ୍କ ପରିବାରକୁ  ଖବର ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe