ବାଇକ୍‌ ଦୁର୍ଘଟଣା, ବାଳକ ମୃତ

Advertisment
କାର ଧକ୍କାରେ ୨ ଜଣ ଛାତ୍ର ମୃତ, ୨ ଗୁରୁତର

Image Courtesy of Deccan Herald

କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ପଏଁର ରାସ୍ତାରେ ବାଇକ୍‌ରୁ ପଡ଼ି ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ କୋମନା ଥାନା ପଏଁର ଗ୍ରାମର ତାମେଶ୍ବର ସୁନାନୀଙ୍କ ପୁଅ ବିଦ୍ୟାଧର ସୁନାନୀ(୧୭) କୋମନାକୁ ଜଣେ ସଂପର୍କୀୟଙ୍କୁ ବାଇକ୍‌ (ଓଡି୨୬ଇ-୨୪୧୩)ରେ ଛାଡ଼ିବାକୁ ଆସି ଫେରୁଥିବା ବେଳେ ପଏଁର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଇକ୍‌ରୁ ପଡ଼ିଯାଇଥିଲେ।

ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ କୋମନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପୁଲିସ ବାଇକ୍‌ ଜବତ କରି ଘଟଣାର ତଦନ୍ତ କରୁଥିବା ଏସ୍‌ଆଇ ମଞ୍ଜୁଲତା ଖାଡ଼ାଙ୍ଗା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe