ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଭାଇ-ଭଉଣୀ

Advertisment
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଭାଇ-ଭଉଣୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଦେଓଗାଁ-ତୁଷୁରା ରାସ୍ତାରେ ମହିପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଭାଇ-ଭଉଣୀ ପ୍ରାଣ ହରାଇଥିବାର ଖବର ମିଳିଛି ।

ପ୍ରାପ୍ତ ସୂଚନା ଅନୁସାରେ,ଆଜି ଭୋର ସମୟରେ ଦେଓଗାଁ-ତୁଷୁରା ରାସ୍ତା ଦେଇ ଏକ ମୋଟର ସାଇକେଲରେ ମୁରିବାହାଲ ପଙ୍ଗୁନିଆ ଗ୍ରାମର ମଣ୍ଟୁ ବେନିଆ ଓ ତାଙ୍କ ଭଉଣୀ ସଞ୍ଜୁ ବେନିଆଙ୍କ ସହ ସାଲେପାଲି ଗାଁକୁ ଯାଉଥିଲେ। ମହିପୁର ଛକ ନିକଟରେ ସେମାନେ ରାସ୍ତା ଅତିକ୍ରମ କରିବା ବେଳେ ତୁଷୁରା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲେ। ଫଳରେ ଉଭୟ ରାସ୍ତା ଉପରେ ଛିଟିକି ପଡିଥିଲେ । ସେମାନଙ୍କ ମୁଣ୍ଡ ରାସ୍ତାରେ ମାଡ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ତେବେ ସ୍ଥାନୀୟ ଲୋକେ ସେମାନଙ୍କୁ ହସ୍ପିଟାଲ ନେବା ବେଳେ ବାଟରେ ଉଭୟଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

publive-image image source--news first

ଏହି ଦୁର୍ଘଟଣା ଘଟିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ଦେଖା ଦେଇଛି। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିବା ସହ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଗିରଫ କରିବାକୁ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe