ଗାଡ଼ି ଧକ୍କାରେ ମା’ ମୃତ, ପୁଅ ଗୁରୁତର

Advertisment
ଗାଡ଼ି ଧକ୍କାରେ ମା’ ମୃତ, ପୁଅ ଗୁରୁତର

new indian express

ଦଶରଥପୁର: ଯାଜପୁର-କୟାଁଗୋଲା ୨୦ ନମ୍ବର ଜାତୀୟ ରାଜପଥର ରାମବାଗ ଛକ ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଭଣ୍ଡାରିପୋଖରୀ ଥାନା କଣ୍ଟି ଅଞ୍ଚଳର ସଂଜୁଲତା ବେହେରା (୫୦)। ସଂଜୁଲତା ଓ ତାଙ୍କ ପୁଅ ଚନ୍ଦ୍ରକାନ୍ତ ବେହେରା ଆଜି ସନ୍ଧ୍ୟାରେ ବାଇକ୍‌ରେ ମଙ୍ଗଳପୁର ପଟୁ ଯାଜପୁର ଟାଉନ ଫେରୁଥିଲେ।

ରାସ୍ତାର ରାମବାଗଠାରେ ଏକ ଅଜଣା ଗାଡ଼ି ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଉଭୟ ମାଆପୁଅ ପଡ଼ି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସଂଜୁଲତାଙ୍କ ମୃତ ଘୋଷଣା କରିଥିଲେ। ଯାଜପୁର ପୁଲିସ୍ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe