ଟ୍ରାକ୍ଟର ଧକ୍କାରେ ୬ ବର୍ଷିୟ ଶିଶୁର ମୃତ୍ୟୁ, ଆଉ ଜଣେ ଗୁରୁତର

ଟ୍ରାକ୍ଟର ଧକ୍କାରେ ୬ ବର୍ଷିୟ ଶିଶୁର ମୃତ୍ୟୁ, ଆଉ ଜଣେ ଗୁରୁତର

Image Source-Twitter

ବାସୁଦେବପୁର: ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ୬ ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇଥିବାର ଖବର ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ନାଇକାଣିଡିହି ଥାନାର କରଂଜଆଡିଆ ଗ୍ରାମର ମଳିକ ସାହିରେ ଦୁଇ ଜଣ ଶିଶୁ ସେମାନଙ୍କ ଘର ଆଗରେ ଖେଳୁଥିଲେ। ସେହି ସମୟରେ ଏକ ଟ୍ରାକ୍ଟର ଉଭୟଙ୍କୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ଅଭୟ ମଳିକଙ୍କ ୬ ବର୍ଷିୟ ପୁଅ କାଳନ୍ଦୀ ମଳିକର ପ୍ରାଣବାୟୁ ଉଡ଼ି ଯାଇଥିଲା।

publive-image

ଅପରପକ୍ଷରେ ରଞ୍ଜନ ମଳିକଙ୍କ ୬ ବର୍ଷର ପୁଅ ଅନିରୁଦ୍ଧ ମଳିକ ଆହତ ହୋଇଥିଲା। ତାକୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗାଁ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଜବତ କରିଛନ୍ତି। କିନ୍ତୁ ଡ୍ରାଇଭର୍ ଫେରାର ହୋଇ ଯାଇଛି। ଖବରପାଇ ଘଟଣାସ୍ଥଳରେ ନାଇକାଣିଡିହି ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe