ଦୁର୍ଘଟଣା ନେଲା ୫ ଜୀବନ: କଣ୍ଟେନର୍‌ ଧକ୍କାରେ ୩ ମୃତ, ଟ୍ରେଲର୍‌ ଚକା ତଳେ ପଡ଼ି ବଡ଼ବାପା, ପୁତୁରା ମୃତ

Advertisment

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଜଗମୋହନପୁର ବଜାରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ବାହାଡ଼ାପଶି ଗ୍ରାମର ଟଙ୍କଧର ପ୍ରଧାନ....

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଜଗମୋହନପୁର ବଜାରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ବାହାଡ଼ାପଶି ଗ୍ରାମର ଟଙ୍କଧର ପ୍ରଧାନ....

accident

ଜଗମୋହନପୁର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଜଗମୋହନପୁର ବଜାରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ବାହାଡ଼ାପଶି ଗ୍ରାମର ଟଙ୍କଧର ପ୍ରଧାନ, ଭଦ୍ରକ ଅଞ୍ଚଳର ଝିଲିରାଣୀ ସ୍ବାଇଁ (୩୩) ଓ ତାଙ୍କ ଝିଆରୀ ଲିଜାରାଣୀ ଦାସ (୧୪)। ଆଜି ସକାଳ ପ୍ରାୟ ୬ଟାବେଳେ ତିନିଜଣ ଏକ ବାଇକ୍‌ରେ ପାଲଲହଡ଼ା ପଟୁ କେନ୍ଦୁଝର ଆଡ଼କୁ ଯାଉଥିଲେ। ଜଗମୋହନପୁର ବଜାରରେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ କଣ୍ଟେନର୍‌ ବାଇକ୍‌କୁ ଧକ୍କା ଦେଇ କିଛି ବାଟ ଘୋଷାରି ନେଇଥିଲା। ଘଟଣାସ୍ଥଳରେ ତିନି ବାଇକ୍‌ ଆରୋହୀଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁର୍ଘଟଣା ଘଟାଇଥିବା କଣ୍ଟେନର୍‌କୁ ପୁଲିସ ଜନ୍‌ସନ୍‌ପୁର ଟୋଲ୍‌ପ୍ଲାଜା ନିକଟରୁ ଜବତ କରିଛି। ଡ୍ରାଇଭର ଫେରାର ହୋଇଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ତିନିଘଣ୍ଟା ରାସ୍ତା ଅବରୋଧ କରିଥିଲେ। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ, ହମ୍ପ୍‌ସ ନିର୍ମାଣ, ସୂଚନାଫଳକ ଓ ଲାଇଟ୍ ଆଦି ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା।

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା-ଆସିକା ମୁଖ୍ୟରାସ୍ତା ଷୋଳମଇଲି ଅଞ୍ଚଳରେ ବୁଧବାର ପୂର୍ବାହ୍ନ ସାଢ଼େ ୧୧ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରେଲର ଚକା ତଳେ ଦୁଇଜଣ ବାଇକ୍‌ ଆରୋହୀ ପ୍ରାଣ ହରାଇଥିବା ବେଳେ ଜଣେ ବୁଲେଟ୍‌ ଚାଳକ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ବେତାରସିଂ ଗ୍ରାମର ଶଶାଙ୍କ ମହାରଣା (୪୨) ଓ ତାଙ୍କ ବଡ଼ବାପା ସୁବୁଦ୍ଧିପଲ୍ଲୀ ଗ୍ରାମର ଖଦାଳ ମହାରଣା (୭୯)l ଏହି ଦୁର୍ଘଟଣାରେ ବୁଲେଟ୍‌ ଚାଳକ ତଥା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଶିଶୁଣ୍ଡା ଗ୍ରାମର ଲକ୍ଷ୍ମୀନାରାୟଣ ବେହେରାଙ୍କୁ ଗୁରୁତର ଅବସ୍ଥାରେ ବୁଗୁଡ଼ା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ୧୪ ଦିନ ତଳେ ଶଶାଙ୍କ ବାପା ବିଜୟ ମହାରଣାଙ୍କର ମୃତ୍ୟୁ ଘଟିଥିଲା। 

ଶୁଦ୍ଧିକ୍ରିୟା ସରିବା ପରେ ଆଜି ଶଶାଙ୍କ ତାଙ୍କ ବଡ଼ବାପା ଖଦାଳଙ୍କ ସହ ମିଶି ସଂପର୍କୀୟମାନଙ୍କୁ ନୂଆ ଲୁଗା ଦେବା ଲାଗି ଭଞ୍ଜନଗର ବ୍ଲକ୍‌ ଇନ୍ଧନପୁର ଗ୍ରାମକୁ ଯାଉଥିଲେ। ଏହି ସମୟରେ ଷୋଳମଇଲି ନିକଟରେ ବାଲିପଦର ପଟୁ ଏକ ଲୁହା ବୋଝେଇ ଟ୍ରେଲର୍‌ ଆସୁଥିଲା। ବୁଲେଟ୍‌ ଚାଳକ ଲକ୍ଷ୍ମୀନାରାୟଣ ଉକ୍ତ ଟ୍ରେଲର୍‌କୁ ଓଭରଟେକ୍ କରୁଥିବା ବେଳେ ବିପରୀତ ପଟୁ ଆସୁଥିବା ଶଶାଙ୍କଙ୍କ ବାଇକ୍‌ ସହ ଧକ୍କା ହୋଇଥିଲା। ଏକ ମାମଲା ରୁଜୁ ସହ ଟ୍ରେଲର୍‌ ଚାଳକକୁ ଅଟକ ରଖିଥିବା ପୁଲିସ କହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe