ଦୁର୍ଘଟଣା ନେଲା ଛାତ୍ରଙ୍କ ଜୀବନ: ‘ରଙ୍ଗ୍‌ ରୁଟ୍‌’ରେ ଧକ୍କାଦେଲା ଦମକଳ ବାହିନୀ ଗାଡ଼ି

Advertisment

ସଡ଼କ ଦୁଘର୍ଟଣାରେ ଏସ୍‌ସିଏସ୍‌ କଲେଜ ଯୁକ୍ତ ୩ କମ୍ପ୍ୟୁଟର ସାଇନ୍‌ସ ଶେଷ ବର୍ଷର ଛାତ୍ର ସ୍ୱୟଂଶୁଭମ ସେନାପତି (୨୦)ଙ୍କର ଆଜି ମୃତ୍ୟୁ ହୋଇଛି। ଏହି ଘଟଣାରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ଉତ୍ତ୍ୟକ୍ତ ଲୋକେ ପ୍ରାୟ ୬ ଘଣ୍ଟା ଅବରୋଧ କରିଥିଲେ।

ସଡ଼କ ଦୁଘର୍ଟଣାରେ ଏସ୍‌ସିଏସ୍‌ କଲେଜ ଯୁକ୍ତ ୩ କମ୍ପ୍ୟୁଟର ସାଇନ୍‌ସ ଶେଷ ବର୍ଷର ଛାତ୍ର ସ୍ୱୟଂଶୁଭମ ସେନାପତି (୨୦)ଙ୍କର ଆଜି ମୃତ୍ୟୁ ହୋଇଛି। ଏହି ଘଟଣାରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ଉତ୍ତ୍ୟକ୍ତ ଲୋକେ ପ୍ରାୟ ୬ ଘଣ୍ଟା ଅବରୋଧ କରିଥିଲେ।

fshfshfhf
ପୁରୀ: ସଡ଼କ ଦୁଘର୍ଟଣାରେ ଏସ୍‌ସିଏସ୍‌ କଲେଜ ଯୁକ୍ତ ୩ କମ୍ପ୍ୟୁଟର ସାଇନ୍‌ସ ଶେଷ ବର୍ଷର ଛାତ୍ର ସ୍ୱୟଂଶୁଭମ ସେନାପତି (୨୦)ଙ୍କର ଆଜି ମୃତ୍ୟୁ ହୋଇଛି। ଏହି ଘଟଣାରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ଉତ୍ତ୍ୟକ୍ତ ଲୋକେ ପ୍ରାୟ ୬ ଘଣ୍ଟା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଯାନବାହନ ଅଟକି ରହିଥିଲା। ସେହିଭଳି ଛାତ୍ର ବିଜେଡି ଓ ଛାତ୍ର କଂଗ୍ରେସ ଜିଲ୍ଲା ମୁଖ୍ୟ ଅଗ୍ନିଶମ କାର୍ଯ୍ୟାଳୟ ଆଗରେ ଧାରଣା ଦେବାସହ ରାସ୍ତାରୋକ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଶୋକପ୍ରକାଶ କରିବା ସହ ତାଙ୍କ ସମ୍ପର୍କୀୟଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ରାଶି ଘୋଷଣା କରିଛନ୍ତି। ଜିଲ୍ଲା ରେଡ୍‌କ୍ରସ୍‌ ପାଣ୍ଠିରୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଚନ୍ଦନପୁର ପୁଲିସ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି। 
‘ରଙ୍ଗ୍‌ ରୁଟ୍‌’ରେ ଧକ୍କାଦେଲା ଦମକଳ ବାହିନୀ ଗାଡ଼ି
ଭୁବନେଶ୍ୱର- ପୁରୀ ରାସ୍ତା ଅବରୋଧ
ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ, ରେଡ୍‌କ୍ରସ୍‌ରୁ ୫୦ ହଜାର ଟଙ୍କା ସହାୟତା
ତଥ୍ୟ ଅନୁସାରେ, ଆଜି ମଧ୍ୟାହ୍ନରେ କଲେଜ ସାରି ସ୍ୱୟଂଶୁଭମ ତାଙ୍କ ଘର ବୀରକିଶୋରପୁର ଶୁଣ୍ଢୀ ସାହିକୁ ବାଇକ୍‌ (ଓଡି-୧୩ଏକ୍ସ-୩୪୩୬) ଯୋଗେ ଫେରିବା ବେଳେ ଚନ୍ଦନପୁର ତୁଳସୀଚଉରା ଛକ ପାଖରେ ସାମ୍ନାରୁ ଏକ ଦମକଳ ବାହିନୀ ଗାଡି (ଓଡି-୦୫ବିୟୁ-୧୯୫୭) ‘ରଙ୍ଗ୍‌ ରୁଟ୍‌’ରେ ଆସି ତାଙ୍କ ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ବିଧାୟକ ସୁନୀଲ ମହାନ୍ତି, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ନୀଳମାଧବ ଭୋଇ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୌମ୍ୟରଞ୍ଜନ ମଲ୍ଲିକ, ଉପଜିଲ୍ଲାପାଳ ରାଜକିଶୋର ଜେନା, ତହସିଲଦାର ଅଭିଷେକ ଦାସ, ସଦର ଏସ୍‌ଡିପିଓ ରବିନାରାୟଣ ଭଞ୍ଜ, ସିଟି ଡିଏସ୍‌ପି ପ୍ରଶାନ୍ତ ସାହୁଙ୍କ ସମେତ ୫ଟି ଥାନାର ଆଇଆଇସି ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ରାତି ପ୍ରାୟ ସାଢ଼େ ସାତଟା ପରେ ଲୋକମାନେ ରାସ୍ତାରୁ ଉଠିଥିଲେ। 
ଏପଟେ ସ୍ୱୟଂଙ୍କୁ ହରାଇ ଭାଙ୍ଗିପଡ଼ିଛନ୍ତି ପରିବାର ଲୋକ ଓ ସାଙ୍ଗସାଥୀ। କ୍ଷତିପୂରଣ ସାଙ୍ଗକୁ ସାନପୁଅକୁ ଚାକିରି ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ସ୍ୱୟଂଶୁଭମ ଭଲ ପାଠ ପଢ଼ୁଥିଲେ ଓ  ପରିବାରରେ ଆର୍ଥିକ ଅନଟନ ପାଇଁ ଦିନକୁ ୩ ବେଳା ଟିଉସନ୍‌ କରି ପରିବାର ଚଳାଇବାରେ ସାହାଯ୍ୟ କରୁଥିଲେ। ତାଙ୍କ ପରିବାର କହିଲେ ସ୍ୱୟଂ ଶୁଭମ ତାଙ୍କ ବାପାମା’ ଓ ସାନ ଭାଇ। ବାପା ପ୍ରଭାତ କୁମାର ସେନାପତି ଦୀର୍ଘ ଦିନ ହେବ ବ୍ରେନ୍‌ ଷ୍ଟ୍ରୋକ୍‌ରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି। ସାନ ଭାଇ ଯୁକ୍ତ ୨ ରେ ପାଠପଢ଼ୁଛନ୍ତି। 
 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe