ଗଛରେ ପିଟି ହେଲା ସ୍କର୍ପିଓ, ଡ୍ରାଇଭରଙ୍କ ମୃତ୍ୟୁ, ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ

ଗଛରେ ପିଟି ହେଲା ସ୍କର୍ପିଓ, ଡ୍ରାଇଭରଙ୍କ ମୃତ୍ୟୁ, ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ

image source-patrkia

ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଞ୍ଚଳରେ ସ୍କର୍ପିଓ ଧକ୍କାରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି। ଏଥିରେ୬ଜଣଙ୍କ ଅବସ୍ଥା ଗୁରୁତର ଥିବା ବି ଜଣାଯାଇଛି।

ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ରାଉରକେଲାର କୁଆଁରମୁଣ୍ଡା ଅଞ୍ଚଳର ସାତ ଜଣ ବ୍ୟକ୍ତି ସମ୍ପର୍କୀୟଙ୍କ ଶବ ସତ୍କାର କରି ଏକ ସ୍କର୍ପିଓରେ ଘରକୁ ଫେରୁଥିଲେ। ଏହି ସମୟରେ କାଲସେରିଆ ନିକଟରେ ତାଙ୍କ ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା। ଏହାଫଳରେ ସ୍କର୍ପିଓଟି ଓଲଟି ପଡ଼ିଥିଲା। ଏହି ଗାଡ଼ିରେ ଥିବା ସମସ୍ତ ୭ ଜଣ ଗୁରୁତର ହୋଇଥିଲେ।

publive-image image source-the telegraph

ଖବର ପାଇ ସେମାନଙ୍କୁ ସ୍ଥାନୀୟ ଲୋକେ ଗୁରୁତରମାନଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ସରକାରୀ ଡାକ୍ତରଖାନା(ଆଇଜିଏଚ୍)ରେ ଭର୍ତ୍ତି କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ଆଜି ସକାଳେ ଗାଡ଼ିଚାଳକ ଦୀପ କୁମାର ଖେସଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେଦୁହିଁଙ୍କୁ ଆଇଜିଏଚ୍କୁ ସ୍ଥାନାନ୍ତର କରାଯାଇଥିବା ଖବର ମିଳିଛି। ଅନ୍ୟମାନେ ଏବେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁଲିସ୍ ଘଟଣା ତଦନ୍ତ ଜାରି ରଖିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe