ଦୁର୍ଘଟଣାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ସର୍ପାଘାତରେ ନାବାଳିକା ମୃତ

କାଳିଆପାଣି: ବାଇକ୍‌ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ହୋଇଛି। ସ୍ତ୍ରୀ ଗୁରୁତର ହୋଇଛନ୍ତି। ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଷଡ଼ଙ୍ଗୀ ଗାଁର ସୂର୍ଯ୍ୟକାନ୍ତ ବାରିକ। ସୁକିନ୍ଦା ଥାନା ଅଞ୍ଚଳ ଜାତୀୟ ରାଜପଥ-୫୩ ରେ ଗତକାଲି ରାତି ବାଇକ୍‌ ଦୁର୍ଘଟଣାରେ ତାଙ୍କ ପତ୍ନୀ ଶୁଚିସ୍ମିତା ଗୁରୁତର ​ହୋଇଥିଲେ। ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ବାଇକ୍‌ରେ ସେ ଡୁବୁରି ଫେରୁଥିଲେ। ବାଟରେ ସେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତାଙ୍କୁ ପ୍ରଥମେ ସୁକିନ୍ଦା ଓ ପରେ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠା ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂର୍ଯ୍ୟକାନ୍ତ କଳିଙ୍ଗନଗର ଶିଳ୍ପାଞ୍ଚଳରେ କାମ କରୁଥିଲେ। ଏହି ଦମ୍ପତି ଭୁବନରେ ଏକ ବିବାହ କାର୍ଯ୍ୟରେ ଯୋଗଦେଇ ଘର ଫେରୁଥିଲେ।

ସେହିପରି ଗତକାଲି ରାତି ସୁକିନ୍ଦା ବ୍ଲକ୍‌ ପାଖରେ ଅଜଣା ଗାଡ଼ି ଧକ୍କାରେ ବ‌ାଇକ୍‌ ଆରୋହୀ ଆମ୍ପୋଳବା ଗ୍ରାମର ବିକ୍ରମ ମଲ୍ଲିକ ଆହତ ହୋଇଛନ୍ତି। ରାଙ୍କିଆରେ ସେହି ଗ୍ରାମର ଯୁଧିଷ୍ଠିର ବିନ୍ଧାଣିଙ୍କ ପତ୍ନୀ ବନିତା ବାଇକ୍‌ରୁ ପଡ଼ି ଗୁରୁତର ହୋଇଥିଲେ। ଉଭୟଙ୍କୁ ସୁକିନ୍ଦା ଗୋ‌ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe